ଓଡ଼ିଶାଲାଇଭ୍ ବ୍ୟୁରୋ

ପାଇକମାଳ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ପୂରଣ ହେଲା। ବରଗଡ଼ ଜିଲ୍ଲା ପାଇକମାଳରେ ସ୍ଥାପନ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭବେ ଉନ୍ନିତ କରାଯାଇଛି।

ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଳର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବାକୁ ଦାବି କରିଥିଲେ। ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିବା ଲାଗି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଦିନ ଏହା କାର୍ଯ୍ୟକାରୀ ହୋଇଛି।

 

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେବା ଦ୍ଵାରା ଏବେ ପାଇକମାଳର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିପାରିବ। ଏଠାକାର ରୋଗୀଙ୍କୁ ଆଉ ହଇରାଣ ହରକତ ହୋଇ ଅନ୍ୟ ଅଞ୍ଚଚଳକୁ ଯିବାକୁ ପଡ଼ିବ ନାହିଁ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଉନ୍ନିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୁବ ଶୀଘ୍ର ଅଧିକ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ।

ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ପାଇକମାଳ ଜନସାଧାରଣ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Tags: #Bargarh #Paikamal #CommunityHealthCentre #CMOdisha #HealthCare

Comment