ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲ ଗଲେ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ। ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଦିନ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହଜାର କରାଯିବା ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି।

ନାର୍କୋ ଏବଂ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳ ଦାସଙ୍କୁ ଗୁଜରାଟ ନିଆଯାଇଥିଲା। ସେଠାରୁ ତାଙ୍କୁ ରବିବାର ଦିନ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାରସୁଗୁଡ଼ା ଅଣାଯାଇଥିଲା। ସୋମବାର ଦିନ ଗୋପାଳଙ୍କର ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ଗତ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଫାଣ୍ଡି ଏଏସଆଇ ଗୋପାଳ କୃଷ୍ଣ ଦାସ ଗୁଳି କରିଥିଲେ। ଏହା ପରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋପାଳଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ପୋଲିସ। ଗୋପାଳଙ୍କୁ ରିମାଣ୍ଡରେ ନେଇ ନବ ଦାସଙ୍କ ହତ୍ୟା ଘଟଣାର ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ।

ଅଭିଯୁକ୍ତ ଗୋପାଳ ଜଣେ ସାର୍ପ ସୁଟର ଥିବା ରିମାଣ୍ଡ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ। ନବ ଦାସଙ୍କୁ ସେ କେମିତି ଓ କାହିଁକି ମାରିଥିଲେ ସେ ସମ୍ପର୍କରେ ଗୋପାଳ କହିଥିବା ସୂଚନା ମିଳିଛି।

Tags: #Murders #Politics #NabaKishorDas #Politician #GopalDas #Jharsuguda

Comment