ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେମ ଏକ ଶାଶ୍ୱତ ଅନୁଭବ। ଦୁଇଟି ମନର ନିଆରା ବନ୍ଧନ। ଅଢ଼େଇ ଅକ୍ଷରରେ ଗଢ଼ା ଏହି ସମ୍ପର୍କ ଦୁଇଟି ମନ ଏବଂ ପ୍ରାଣକୁ ଏକାଠି କରିଦିଏ। ସେହି ପ୍ରେମର ମଧୂର ସମ୍ପର୍କକୁ ଆହୁରି ନିବିଡ଼ କରିବାକୁ ଆସିଛି ଦିନଟିଏ ପ୍ରେମର। ଏହି ଦିନଟି ହେଉଛି ଭାଲେଣ୍ଟାଇନ୍ସ ଡେ’। ସବୁ ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନଟି ପୂରା ଖାସ ହୋଇଥାଏ। ନୂଆ କରି ସମ୍ପର୍କର ଗାଡ଼ିକୁ ଆଗକୁ ବଢ଼ାଇବା ପାଇଁ ୟାଠୁ ବଡ଼ ସୁଯୋଗ ବା ଆଉ କ’ଣ ହେଇପାରେ?

ପ୍ରତି ବର୍ଷ ଫେବ୍ରୁଆରି ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରିଥାନ୍ତି ପ୍ରେମୀଯୁଗଳ। ଏହି ଦିନ ନିଜ ମନର ମଣିଷକୁ ମନକଥା କହି ନିଜ ଭାବନା ପରିପ୍ରକାଶ କରିଥାନ୍ତି ପ୍ରେମୀ ଯୁଗଳ। ଏହି ଦିନଟିକୁ ଚାତକ ଭଳି ଚାହିଁ ରହିଥାନ୍ତି ପ୍ରେମ ପକ୍ଷୀମାନେ।

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଭାଲେଣ୍ଟାଇନ ଡେ’ର କ୍ରେଜ ଅଧିକ ଦେଖିବାକୁ ମିଳୁଛି। ଆଜିର ଦିନରେ ପାର୍କ, ମନ୍ଦିରଠାରୁ ଆରମ୍ଭ କରି ରେସ୍ତୋରାଁ ପର୍ଯ୍ୟନ୍ତ ପ୍ରେମୀ ଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥାଏ। କିଏ କେତେ ପ୍ରକାରର ଉପହାର ଦେଇ ନିଜ ନିଜର ସାଥୀଙ୍କୁ ଖୁସି କରିବାକୁ ପ୍ରୟାସ କରିଥାନ୍ତି, ତ ଆଉ କେହି କେହି ନିଜ ସାଥୀ ପାଇଁ ସପ୍ରାଇଜ୍ ବି ପ୍ଲାନ କରିଥାନ୍ତି।

ପ୍ରେମୀଯୁଗଳ ପରସ୍ପରକୁ ମନ ପସନ୍ଦର ଉପହାର ଦେଇ ନିଜ ପ୍ରେମ ଜାରି କରିଥାନ୍ତି। କୁହାଯାଏ ପ୍ରେମ କେବେ ଜାତି, ଧର୍ମ, ବୟସ କି ରଙ୍ଗ ଦେଖିକି ହୋଇନଥାଏ। ମନ ସହ ମନର ମିଳନକୁ ପ୍ରେମ ବୋଲି କୁହନ୍ତି ଅନେକ।

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ ଏକ ପାଶ୍ଚାତ୍ୟ ପରମ୍ପରା ହୋଇଥିଲେ ମଧ୍ୟ ଧୀରେ ଧୀରେ ଏହି ଦିନକୁ ପାଳନ କରିବାକୁ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳେ। କିଛି ବର୍ଷ ହେଲା ଆମ ରାଜ୍ୟ ତଥା ଦେଶରେ ଭାଲେଣ୍ଟାଇନ୍ସ ଡେ’ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି।

Tags: #Love #ValentinesDay #LoveBirds #Celebration

LEAVE A REPLY

Please enter your comment!
Please enter your name here