ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ। ସକାଳୁ ସକାଳୁ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ଆଜିର ଦିନରେ ବ୍ରତ ପାଳନ କରୁଥିବା ଭକ୍ତ ଚାହିଁ ରହିଛି ମହାଦୀପ ଉଠିବା ସମୟକୁ।

ଦୁଇବର୍ଷ ପରେ ଭକ୍ତମାନେ ମନ୍ଦିରକୁ ଯାଇ ଚଳିତ ଥର ପୂଜା କରିବେ। ଏଥର ଶୈବପୀଠଗୁଡ଼ିକରେ ଭିଡ଼ ବଢିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି।

ଶନିବାର ଭୋରରୁ ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହୋଇଛି ନୀତିକାନ୍ତି। ପ୍ରଥମେ ମଙ୍ଗଳ ଆଳତୀ ଏବଂ ଅବକାଶ ପରେ ୩ଟା ୩୦ରୁ ସାହାଣ ମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।

ପ୍ରଥମେ ଉତ୍ତର ଦ୍ୱାର ଦେଇ ସେବାୟତ ଏବଂ ତାଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବା ପରେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଶୈବ ଭକ୍ତମାନେ।
ଆଜି ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ନିର୍ଘଣ୍ଟ ହୋଇଛି।

ଶୃଙ୍ଖଳିତ ଭାବେ ଭକ୍ତମାନେ ଯେପରି ଠାକୁରଙ୍କ ଦର୍ଶନ କରିପାରିବେ ସେଥିପାଇଁ ଧ୍ୟାନ ଦିଆଯାଇଛି। ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି।
୪ଟି ସିଫ୍ଟରେ ପୋଲିସ ନିୟୋଜିତ ହୋଇଛନ୍ତି। ୫ ଜଣ ଆଡିସନାଲ ଏସପି, ୧୧ ଜଣ ଏସିପି, ୧୯ ଜଣ ଆଇଆଇସି, ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦୃଷ୍ଟିରୁ ନିୟୋଜିତ ହୋଇଛନ୍ତି।

ମହାଶିବରାତ୍ରି ପାଇଁ ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଏବଂ ବାହାରେ ସିସିଟିଭି ଲଗାଯାଇଛି।
ସେହିପାରି ପୁରୀ ଲୋକନାଥ ମନ୍ଦିରରେ ମଧ୍ୟ ରାତିରେ ହରିହର ଭେଟ ନୀତି କରାଯିବ। ରାତି ୩ଟାରୁ ୪ଟା ମଧ୍ୟରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #Shivaratri #Jagara #Devotees #ShivaTemple #LingarajTemple #LokalathTemple

LEAVE A REPLY

Please enter your comment!
Please enter your name here