ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଆସନ୍ତାକାଲି ଅନୁଷ୍ଠିତ ହେବ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ – ୨୦୨୩’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍‌ ଆୟୋଜନ କରାଯାଉଛି। ଗୁରୁବାର ଦିନ ୧୦ଟାରୁ ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଓଡ଼ିଶା ଟୁରିଜିମ୍ କନକ୍ଲେଭର ପଞ୍ଚମ ସଂସ୍କରଣ ଆରମ୍ଭ ହେବ।

ଏହି ଟୁରିଜିମ୍ କନକ୍ଲେଭରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ଓଡ଼ିଶା ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଇଣ୍ଡିଆନ ଆସୋସିଏସନ ଅଫ ଟୁର ଅପରେଟର୍ସର ସଭାପତି ରାଜୀବ ମେହରା, ତାଜ ହୋଟେଲ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ପୁନୀତ ଛଟଓ୍ଵାଲା, ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଏଚଆରଏଓ ଅଧ୍ୟକ୍ଷ ଏବଂ ସ୍ୱସ୍ତି ଗ୍ରୁପ ସିଏମଡି ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପଞ୍ଚମ ଓଡ଼ିଶା ଟୁରିଜିମ କନକ୍ଲେଭରେ ହୋଟେଲ ମାଲିକ, ଟୁର୍ ଅପରେଟର୍ସ, ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ମିଡିଆ, ଡିଜିଟାଲ ମାର୍କେଟିଂ, ଏୟାରଲାଇନ୍ସ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀମାନେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଦିଗରେ ଆଲୋଚନା କରିବେ।

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍‌ ଏହି କନକ୍ଲେଭର ଡିଜିଟାଲ ମିଡିଆ ପାର୍ଟନର ରହିଛି।

Tags: #HRAO #OdishaTourismConclave2023 #Bhubaneswar #Hotel&RestaurantAssociation

LEAVE A REPLY

Please enter your comment!
Please enter your name here