ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭୁବନେଶ୍ଵରରେ ହୋଇଛି ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ସ୍ଵସ୍ତି ପ୍ରିମିୟମ ହୋଟେଲରେ ଏହି କନକ୍ଲେଭ ଆୟୋଜିତ ହୋଇଛି। ଏଠାରେ ଓଡ଼ିଶାରେ ଇକୋ ଟୁରିଜିମର ବିକାଶକୁ ନେଇ ବିଶେଷ ଆଲୋଚନା ଚକ୍ର ଆୟୋଜିତ ହୋଇଛି। ଏହି ସେସନକୁ ହେରିଟେଜ୍ ଟୁର ଓଡ଼ିଶାର ଡାଇରେକ୍ଟର ଯୁଗବ୍ରତ କର ପରିଚାଳନା କରିଛନ୍ତି।

ଏହି ସେସନରେ ଓଡ଼ିଶାରେ ଇକୋ ଟୁରିଜିମ କ୍ଷେତ୍ରରେ ଥିବା ସୁଯୋଗ ଓ ସମ୍ଭାବନା ବିଷୟରେ ଆଲୋଚନା କରାଯାଇଛି। ଏଠାରେ ଯୋଗ ଦେଇଥିବା ଅତିଥିମାନେ ପର୍ଯ୍ୟଟନର ବିକାଶ ପାଇଁ ଇକୋ ଟୁରିଜିମର ମହତ୍ଵ ସମ୍ବନ୍ଧରେ ଉପସ୍ଥିତ ଦର୍ଶକମାନଙ୍କୁ ଜଣାଇଥିଲେ।

“ଏବେ ଅନେକ ଦେଶ ପର୍ଯ୍ୟଟନ କ୍ଷେତ୍ରରେ ଆଗୁଆ ହେବା ପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି। ବିଭିନ୍ନ ପଦକ୍ଷେପ ଗ୍ରହଣ କରି ପର୍ଯ୍ୟଟକମାନଙ୍କୁ ନିଜ ଦେଶକୁ ଆକର୍ଷିତ କରୁଛନ୍ତି। ପର୍ଯ୍ୟଟନର ବିକାଶରେ ବିଭିନ୍ନ କ୍ଷେତ୍ରର ଏକ ସ୍ଵତନ୍ତ୍ର ଭୂମିକା ରହିଛି। ଏଗୁଡ଼ିକ ମଧ୍ୟରୁ ଇକୋ ଟୁରିଜିମ ବେଶ ଗରୁତ୍ଵପୂର୍ଣ୍ଣ”, କହିଛନ୍ତି ଯୁଗବ୍ରତ କର।

ସେ ଆହୁରି ମଧ୍ୟ କହିଛନ୍ତି,”ଓଡ଼ିଶାରେ ଇକୋ ଟୁରିଜିମର ଅନେକ ସମ୍ଭାବନା ରହିଛି। ଏଠାରେ ୪୬୦ କିଲୋମିଟରର ଉପକୂଳ, ୩୩ ପ୍ରତିଶତ ଜଙ୍ଗଲ ଓ ପ୍ରାୟା ୬୨ ପ୍ରକାରର ଆଦିବାସୀ ସମ୍ପ୍ରଦାୟ ଅଛନ୍ତି। ଏହି ସବୁ ବୈଶିଷ୍ଟ୍ୟ ଓଡ଼ିଶାକୁ ଭାରତରେ ଇକୋ ଟୁରିଜିମର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିଛି। ଏହାର ବିକାଶ ରାଜ୍ୟର ପର୍ଯ୍ୟଟନକୁ ଆହୁରି ଉନ୍ନତ କରିବ।”

ଏହି ସେସନରେ ଯୋଗେ ଦେଇଥିବା ଅତିଥିମନେ ଓଡ଼ିଶାରେ ଥିବା ଅଭୟାରଣ୍ୟ, ହ୍ରଦ, ଐତିହାସିକ ସ୍ଥାନ ତଥା ପ୍ରାକୃତିକ ବୈଭବର ବିକାଶ ପାଇଁ ଉନ୍ନତ ଭିତ୍ତିଭୂମିର ନିର୍ମାଣ, ଜ୍ଞାନକୌଶଳର ବ୍ୟବହାର ଓ ଅନ୍ୟାନ୍ୟ ପଦକ୍ଷେପ ସମ୍ବନ୍ଧରେ ଜଣାଇଥିଲେ। ସେସନରେ ଉପସ୍ଥିତ ଦର୍ଶକମାନେ ଓଡ଼ିଶାରେ ଇକୋ ଟୁରିଜିମ କ୍ଷେତ୍ର ସମ୍ବନ୍ଧରେ ଅତିଥିମାନଙ୍କୁ ପ୍ରଶ୍ନ ପଚାରିଥିଲେ।

ଏହି ସେସନରେ ହୀରାକୁଦ ବନଖଣ୍ଡ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାସ, ବେଲଗାଡ଼ିଆ ପ୍ୟାଲେସର ମ୍ୟାନେଜିଂ ଡାଇରେକ୍ଟର ମୃଣାଳିକା ଭଞ୍ଜଦେଓ, ଢେଙ୍କାନାଳ ପ୍ୟାଲେସର ଡାଇରେକ୍ଟର ଅମର ଜ୍ୟୋତି ସିଂହଦେଓ, ଇଣ୍ଟାକ ଓଡ଼ିଶାର ସଭାପତି ଅନିଲ ଧୀର, ଏଚଆରଏଓର ଯୁଗ୍ମ ସମ୍ପାଦକ ଶୀଳା ଶିବ ପ୍ରସାଦ, ଓଡ଼ିଶା ପର୍ଯ୍ୟଟନ ବିଭାଗର ଓଏସଡି ଅଂଶୁମାନ ରଥ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍ ଏହି କନକ୍ଲେଭର ଡିଜିଟାଲ ମିଡିଆ ପାର୍ଟନର ରହିଛି।

Tags: #HRAO #OdishaTourismConclave2023 #EcoTourism #OdishaTourism #Bhubaneswar #Hotel&RestaurantAssociation

Comment