ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୪୪ ଲକ୍ଷ ୯୯ ହଜାର ପରିବାରଙ୍କୁ ଗତ ୨୨ ବର୍ଷ ମଧ୍ୟରେ ପକ୍କାଘର ଯୋଗାଇ ଦିଆଯାଇଛି ବୋଲି ଗୁରୁବାର ଦିନ ବିଧାନସଭାରେ ବିବୃତ୍ତି ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଏହି ଘର ଯୋଗାଇ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ଆଜି ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ପରେ ୨୦୧୯ ମସିହା ମାର୍ଚ୍ଚ ୭ ତାରିଖରେ ପୂର୍ବରୁ ଚିହ୍ନଟ ହୋଇଥିବା ପରିବାରଙ୍କ ମଧ୍ୟରୁ ୧,୩୦,୮୭୩ ପରିବାର ଆବାସ ପ୍ଲସ ତାଲିକାରେ ଯୋଗ୍ୟ ବିବେଚିତ ହୋଇଛନ୍ତି।

Tags: #OdishaAssembly #OdishaAssemblySession #PradipKumarAmat #PakkaHouses

LEAVE A REPLY

Please enter your comment!
Please enter your name here