ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଦିନ ଆରମ୍ଭରୁ ଚାଲି ପାରିଲାନି ବିଧାନସଭା ଗୃହ କାର୍ଯ୍ୟ। ବିଭିନ୍ନ ପ୍ରସଂଗରେ ବିରୋଧୀ ବିଜେପି ଏବଂ କଂଗ୍ରେସ ସହ ଶାସକ ବିଜେଡି ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।

ଆଜି ଶୂନ୍ୟକାଳରେ ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଂଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ। ଏହା ସହ ବିଜେଡି ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ।

ସେହିପରି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଏବଂ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ନେଇ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ। ଗୃହରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମିତବୀ ଘୋଷଣା କରାଯାଇଛି।

Tags: #OdishaAssembly #AssemblySession #HouseAdjourn

LEAVE A REPLY

Please enter your comment!
Please enter your name here