ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସମୟ ବଦଳିବା ସହ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ଖାଦ୍ୟ ପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ କାରଣରୁ ଏବେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ବର୍ତ୍ତମାନ ଏକ ବଡ଼ ସମସ୍ୟା ପାଲଟିଛି ଓବେସିଟି ବା ମେଦବହୁଳତା। ବର୍ତ୍ତମନ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ମୋଟାପଣର ଶିକାର ହେଉଛନ୍ତି।

ମେଦବହୁଳତା ବର୍ତ୍ତମାନ ଏକ ସାମାଜିକ ସମସ୍ୟା ଭାବେ ଉଭା ହୋଇଛି। ସାଧାରଣ ଲୋକଙ୍କ ଅପେକ୍ଷା ମେଦବହୁଳତାର ଶିକାର ହେଉଥିବା ମଣିଷଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏମାନଙ୍କଠାରେ ହାଇ ବ୍ଲଡପ୍ରେସର, ସୁଗାର, ହୃଦରୋଗ ଏବଂ ଲିଭର ଜନିତ ସମସ୍ୟା ସହ ଅନେକ ସମସ୍ୟା ଦେଖାଦେଇଥାଏ। ଓବେସିଟି ବା ମେଦବହୁଳତା ହୃଦଘାତ ଏବଂ ବ୍ରେନଷ୍ଟ୍ରେକର ମୁଖ୍ୟ କାରଣ ହୋଇଥାଏ ବୋଲି କୁହନ୍ତି ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର।

ବର୍ତ୍ତମାନ ବିଭିନ୍ନ କାରଣ ଯୋଗୁଁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି। ମେଦବହୁଳତା କାହିଁକି ହୁଏ ଏବଂ କିପରି ଏହାକୁ ନିୟନ୍ତ୍ରଣ କରିହେବ ସେ ସମ୍ପର୍କରେ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

#Obesity #WorldObesityDay #HealthCare #HealthyLife #LifeStyle

Comment