ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳୁଥିବା ସମୟ ସାଙ୍ଗକୁ ଖାଦ୍ୟ ପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ କାରଣରୁ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଉଛି। ବର୍ତ୍ତମାନ ଏକ ବଡ଼ ସମସ୍ୟା ପାଲଟିଛି ଓବେସିଟି ବା ମେଦବହୁଳତା। ମେଦବହୁଳତା ସମସ୍ୟା ଏବଂ ଏହାର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ମାସ ୪ ତାରିଖକୁ ବିଶ୍ଵ ମେଦବହୁଳତା ଦିବସ ଭାବେ ପାଳନ କରାଯାଉଛି। ଟିକିଏ ସଚେତନ ହେଲେ ଜଣେ ମଣିଷ ସୁସ୍ଥ ଏବଂ ସୁନ୍ଦର ଜୀବନଟିଏ ଅତିବାହିତ କରିପାରିବ।

ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସେମିନାରର ଆୟୋଜନ କରାଯାଇ ଲୋକଙ୍କ ମେଦବହୁଳତାର କାରଣ, ନିରାକରଣ ସମ୍ପର୍କରେ ସଚେତନ କରାଯାଇଥାଏ।

ମୋଟାପଣର ଶିକାର ହେଉଥିବା ବ୍ୟକ୍ତି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ସେମାନେ ସାଧାରଣ ଲୋକଙ୍କ ଭଳି କୌଣସି କାମ ସହଜରେ କରିପାରନ୍ତି ନାହିଁ। ଏମାନଙ୍କଠାରେ ବିଭିନ୍ନ ରୋଗ ମଧ୍ୟ ଦେଖାଦେଇଥାଏ। ଡାକ୍ତରଙ୍କ କହିବା ଅନୁସାରେ ମେଦବହୁଳତାର ଶିକାର ହୋଇଥିବା ଅଧିକାଂଶ ବ୍ୟକ୍ତି ହୃତଘାତର ଶିକାର ହୋଇଥାନ୍ତି। ଏମାନେ ହୃଦରୋଗ ଏବଂ ଲିଭର ଜନୀତ ରୋଗରେ ପୀଡ଼ିତ ହେବାର ଅଧିକାଂଶ ଭୟ ରହିଥାଏ।

ଡବ୍ଲ୍ୟୁଏଚଓର ସୂଚନା ଅନୁସାରେ ବିଶ୍ଵରେ ପ୍ରାୟ ୩୯ ପ୍ରତିଶତ ଯୁବବର୍ଗଙ୍କଠାରେ ଆବଶ୍ୟକତାଠାରୁ ଅଧିକ ଓଜନ ବଢ଼ୁଛି। ଏମାନେ ଓଜନ କମ କରିବା ପାଇଁ ହେଲଦି ଡାଏଟ ସହ ବଜାରରେ ମିଳୁଥିବା ଲୋ’ କ୍ୟାଲୋରିଯୁକ୍ତ ଖାଦ୍ୟ, ଲୋ’ ଫ୍ୟାଟ ଫୁଡ, ଲୋ କାର୍ବ ଫୁଡ ଖାଥାନ୍ତି। ଏପରି ଖାଦ୍ୟ ଖାଇବା ଦ୍ଵାରା ଓଜନ କମିନଥାଏ ବରଂ ବଢ଼ିଥାଏ ବୋଲି କହିଛି ଡବ୍ଲ୍ୟୁଏଚଓ।

ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବାକୁ ହେଲେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହ ନିୟମିତ ଯୋଗ, ପ୍ରାଣାୟମ ତଥା ଅନ୍ୟ ଶାରୀରିକ ପରିଶ୍ରମ କରିବାକୁ ଡାକ୍ତରଙ୍କ ପରାମର୍ଶ ରାହିଛି।

Tags: #WorldObesityDay #HealthyLife #HealthCare #Lifestyle

LEAVE A REPLY

Please enter your comment!
Please enter your name here