ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ତିନି ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼।

ଦୋଳ ପୂର୍ଣ୍ଣିମା ଏବଂ ବଡ଼ ଠାକୁରଙ୍କ ସୁନାବେଶ ନିମନ୍ତେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଶାନ୍ତି ଶୃଙ୍ଖଳାର ସହ ଯେପରି ଭକ୍ତମାନେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିପାରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ନୀତି ନିର୍ଘଣ୍ଟ ଅନୁସାରେ ରାତି ୩ଟାରେ ଦ୍ୱାରଫିଟା ହେବା ପରେ ସାଢ଼େ ୩ଟାରେ ଭିତର ଶୋଧ, ୪ଟାରେ ମଙ୍ଗଳ ଆଳତୀ, ସାଢ଼େ ୪ଟାରେ ମଇଲମ ଓ ତଡ଼ପ ଲାଗି, ୫ଟା ୧୫ରେ ଅବକାଶ, ୫ଟା ୪୫ରେ ରୋଷହୋମ, ୬ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୬ଟାରେ ଦ୍ୱାରପାଳ ପୂଜା, ମହାପ୍ରଭୁଙ୍କ ସର୍ବାଙ୍ଗ ଓ ନୂଆଲୁଗା ଲାଗି ହୋଇଛି।

୭ଟାରୁ ସାଢ଼େ ୭ଟା ଖଇକୋରା ଭୋଗ, ୭ଟା ୪୫ରେ ଭିତର ବେଢ଼ା ଶେଷ ହୋଇଛି। ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଠାକୁର ବିଜେ କରିଥିଲେ। ୮ଟାରୁ ସାଢ଼େ ୯ଟା ମଧ୍ୟରେ ରାଜାଧିରାଜ ବେଶ ସରିବା ପରେ ୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ଶେଷ ହୋଇଛି।

Tags: #DolaPurnima #Culture #Festival #OdishaCulture #ShreeJagannatha

Comment