ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘ୱାନ ଲାଇଫ ହେଲଥ୍ କେୟାର’ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର। ସାମାଜିକ ସଂଗଠନ ‘ସହଯୋଗ’ର ମିଳିତ ଆନୁକୂଲ୍ୟରେ ରବିବାର ଭୁବନେଶ୍ଵରରେ ଏହି ଶିବିରର ଆୟୋଜନ କରଯାଇଥିଲା

ଏଠାରେ ‘ୱାନ ଲାଇଫ ହେଲଥ୍ କେୟାର’ ପକ୍ଷରୁ ଲୋକମାନଙ୍କର ମାଗଣାରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରଯାଇଥିଲା। ଏହି ଶିବିରରେ ସ୍ନାୟୁ ରୋଗ, ହୃଦରୋଗ, ଚକ୍ଷୁର ବିଶେଷଜ୍ଞ ଡାକ୍ତରମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଏହି ଶିବିରରେ ପ୍ରାୟ ୧୦୦ରୁ ଅଧିକ ଲୋକ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରିବାର ସୁଯୋଗ ପାଇଥିଲେ।

ଏହି ଶିବିରରେ ଡାକ୍ତର ଅମିତାଭ ରଥ, ଡାକ୍ତର ରିତୁ ମିଶ୍ର, ଡାକ୍ତର ଶୋଭନ ରଥ, ଡାକ୍ତର ଡି ଏଲ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ଏଠାରେ ଆୟସକାନ୍ତ ମହାନ୍ତି,ପ୍ରୀତିନନ୍ଦା ରାଉତରାୟ, ଲକ୍ଷ୍ମୀପ୍ରିୟା ପରିଡ଼ା ଅତିଥିଭାବେ ଯୋଗ ଦେଇଥିଲେ। ରାଜ୍ୟରେ କାମ କରୁଥିବା ଅନେକ ଷ୍ଟାର୍ଟଅପ୍ ଏହି ଶିବିରକୁ ଆର୍ଥିକ ସହଯୋଗ କରିଥିଲେ।

Tags: #Onehealthcare #FreeHealthCheckupcamp #Bhubaneswar

LEAVE A REPLY

Please enter your comment!
Please enter your name here