ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କର ଗୁରୁବାର ଦିନ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ବୁଧବାର ଦିନ ମୁମ୍ବାଇଠାରେ ପରିବାର ସହ ଖୁବ ମୌଜ ମସ୍ତିରେ ହୋଲି ଖେଳିଥିଲେ ସତୀଶ। ଏହା ଥିଲା ତାଙ୍କ ଜୀବନର ଶେଷ ହୋଲି।

ପରିବାର ସହ ଦିନରେ ରଙ୍ଗ ଖେଳିବା ପରେ ସନ୍ଧ୍ୟା ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦିନଦୟାଳ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପାର୍ଥିବ ଶରୀରକୁ ମୁମ୍ବାଇ ଆଣାଯିବ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସତୀଶ କୌଶିକଙ୍କ ବିୟୋଗରେ ବଲିଉଡ ଜଗତରେ ଏକ ସୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବଲିଉଡ ଜବତର ବହୁ କଳାକାର, ଫିଲ୍ମ ନିର୍ଦ୍ଦେଶକ, ନିର୍ମାତା ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସତୀଶ କୌଶିକ ଥିଲେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ନିର୍ମାତା। ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି।

୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ସତୀଶ କୌଶିକ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ଅଭିନୟ ପ୍ରତି ରହିଥିବା ନିଶା ତାଙ୍କୁ ପରବର୍ତ୍ତୀ ସମୟରେ ଦେଇଥିଲା ସ୍ଵତନ୍ତ୍ର ପରିଚୟ। କଲେଜ ଶିକ୍ଷା ସମାପ୍ତ ପରେ ସେ ଦିଲ୍ଲୀ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଏବଂ ପୁନେର ଏଫଟିଆଇଆଇରେ ଅଧ୍ୟନ କରିଥିଲେ। ବଲିଉଡ ଚଳଚ୍ଚିତ୍ର ‘ମିଷ୍ଟର ଇଣ୍ଡିଆ’, ‘ଦିୱାନା ମସ୍ତାନା’, ‘ରାମଲକ୍ଷ୍ମଣ’, ‘ସାଜନ ଚଲେ ଶଶୁରାଲ’ ଆଦି ଅନେକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରି ଥିଲେ ସତୀଶ। ନିଜର ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଦୁଇଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଛି।

‘ମିଷ୍ଟର ଇଣ୍ଡିଆ’ରେ ସତୀଶଙ୍କ କ୍ୟାଲେଣ୍ଡର ଚରିତ୍ର ଆଜି ବି ଚଳଚ୍ଚିତ୍ର ପ୍ରେମୀଙ୍କ ଆଖିଆଗରେ ନାଚି ଉଠେ। ସତୀଶ କୌଶସିଙ୍କ ବିୟୋଗ ସମ୍ପର୍କରେ ଅଭିନେତା ଅନୁପମ ଖେର ଟୁଇଟ କରି ସୂଚନା ଦେଇଥିଲେ।

Tags: #BollywoodDirector #SatishKaushik #SatishKaushikPassesaway #Mumbai

LEAVE A REPLY

Please enter your comment!
Please enter your name here