ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଏବଂ ବୁଧବାର ମମତା ପୁରୀରେ ରହିବେ। ଆସନ୍ତା ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମମତା ବାନାର୍ଜୀଙ୍କର ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ଅପରାହ୍ଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ମମତା।

ମମତା ଆଜି ପୁରୀରେ ରାତ୍ରୀଯାପନ କରିବେ ଏବଂ ଆସନ୍ତାକାଲି ଶ୍ରୀମନ୍ଦିର ଯାଇ ବଡ଼ଠାକୁରଙ୍କୁ ଦର୍ଶନ କରିବେ। ପୁରୀ ନିର୍ମାଣ ନିବାସରେ ମମତା ବାନାର୍ଜୀଙ୍କ ରାତ୍ରୀଯାପନ ବ୍ୟବସ୍ଥା କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Tags: #Politics #MamtaBanerjeeinOdisha #WestBengalCM #PuriVisit #CMOdisha

Comment