ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସୋନପୁର ଜିଲ୍ଲାର ଝୁପୁଡ଼ିପଡ଼ା ଅଞ୍ଚଳବାସୀଙ୍କୁ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା। ସୋନପୁର ଡି କଲୋନୀ ଝୁପୁଡ଼ିପଡ଼ାଠାରେ ଉଦଘାଟିତ ହୋଇଛି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଞ୍ଜନ ପତି ଉଦଘାଟନ କରିଛନ୍ତି।

ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସହରାଞ୍ଚବାସୀଙ୍କୁ ଓପିଡି ସେବା ସହ ଫିଜିଓଥେରାପି, ଯୋଗ, ଲ୍ୟାବ ଟେଷ୍ଟ ଏବଂ ମାଗଣା ଔଷଧ ସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ର ପ୍ରତିଦିନ ସକାଳ ୮ଟାରୁ ଦିନ ୧୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୮ଟା ଯାଏଁ ଖୋଲା ରହିବ। ପିପୁଲ୍ସ ଫୋରମକୁ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଚାଳନା ଦାୟିତ୍ୱ ଦିଆଯାଇଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୁର୍ଗାଦତ୍ତ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା, ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଡିପିଏମ ବିଶ୍ୱମ୍ବର ବେହେରା, ସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ ସାହୁ, ଏ ପି ଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି, ଡିଡିଏମ ପ୍ରଦୀପ ସାହୁ, ତରଣୀସେନ ପ୍ରଧାନ, ଗୀତାଞ୍ଜଳି ମେହେର, ଶୋଭନା ଦାଶ, ହସ୍ପିଟାଲ ମ୍ୟାନେଜର ଦେବସ୍ମିତା ପ୍ରିୟଦର୍ଶିନୀ, ମାଇକ୍ରୋବାୟଲୋଜିଷ୍ଟ ଶାଶ୍ଵତୀ ଶତପଥୀ ତଥା ପିପୁଲସ ଫୋରମ ତରଫରୁ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ ସଞ୍ଜୟ କୁମାର ସେଠୀ ଓ କାର୍ଯ୍ୟକ୍ରମ ପରିଚାଳକ ଅଜୟ ଦେବତା ସହ ସ୍ୱାସ୍ଥ୍ୟ କର୍ମଚାରୀ ଷ୍ଟାଫ, ଆଶାକର୍ମୀ ଓ ଏସ ଏଚ ଜି ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ।

Tags: #Sonepur #UrbanHealthAndWellnessCentre #Treatment

Comment