ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜଧାନୀ ଭୁବନେଶ୍ଵରରେ ଗଡ଼ିବ ମେଟ୍ରୋ ଟ୍ରେନ୍। ଏଥିଲାଗି ରାଜ୍ୟ ସରକାର ସମୀକ୍ଷା ଆରମ୍ଭ କରିଛନ୍ତି। ଶନିବାର ସକାଳେ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଏନେଇ ସର୍ଭେ କରିଥିଲେ। ଏହି ସର୍ଭେ କାର୍ଯ୍ୟରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ଶନିବାର ଭୋର ୪ଟା ୩୦ବେଳେ ଅଧିକାରୀମାନେ ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ସର୍ଭେ ଆରମ୍ଭ କରିଥିଲେ। ଏହି ସର୍ଭେ ଭୁବନେଶ୍ୱର ବିମାନ ବନ୍ଦର ଛକରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର, ନନ୍ଦନକାନନ ଓ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ହୋଇଥିଲା।

ଏହି ସମୀକ୍ଷାରେ ଅଧିକାରୀମାନେ ମେଟ୍ରୋ ଲାଇନର ପଥ ଓ ଏଥିଲାଗି ଦରକାର ଥିବା ଆବଶ୍ୟକୀୟ ସୁବିଧା ବିଷୟରେ ଅଲୋଚନା କରିଥିଲେ। ସହରରେ ଟ୍ରାଫିକ ବ୍ୟବସ୍ଥାରୁ ଆରମ୍ଭ କରି ପାର୍କିଂ ପର୍ଯ୍ୟନ୍ତ ସମସ୍ତ ଦିଗକୁ ଏଠାରେ ନଜର ଦିଆଯାଇଥିଲା। ଏନେଇ ଅଧିକାରୀମାନେ ଆଗକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ।

ଶନିବାର ଏହି ମେଟ୍ରୋ ଚଳାଚଳ ପାଇଁ ସ୍ଥିତି ସମୀକ୍ଷାରେ ଉନ୍ନୟନ କମିଶନର ଅନୁ ଗର୍ଗ, ରାଜ୍ୟ ପରିବହନ ବିଭାଗ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ହୋଇଥିଲେ।

Tags: #MetroTrainService #Bhubaneswar #Survey #ChiefSecretary #Odisha

LEAVE A REPLY

Please enter your comment!
Please enter your name here