ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ଉଭୟ ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ। ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବରଗଡ଼ ଜିଲ୍ଲା ଅତାବିରା ଏନଏସି ଏବଂ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ନିର୍ବାଚନ ଲାଗି ମତଦାନ ସନ୍ଧ୍ୟା ୫ଟା ସୁଦ୍ଧା ଶେଷ ହୋଇଛି।

ଅତାବିରା ଏନଏସିରେ ୭୪ ପ୍ରତିଶତ ମତଦାନ ହୋଇଥିବାବେଳେ ହିନ୍ଦୋଳ ଏନଏସିରେ ୮୮ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

ଅତାବିରା ଏନଏସିର ୧୨ଟି ୱାର୍ଡର କାଉନସିଲର ପଦବୀ ପାଇଁ ୩୯ ଜଣ ପ୍ରାର୍ଥୀ ଏବଂ ଅଧ୍ୟକ୍ଷ ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ହିନ୍ଦୋଳ ଏନଏସିର ୧୬ଟି ୱାର୍ଡର କାଉନସିଲ ପଦବୀ ପାଇଁ ୫୦ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିବାବେଳେ ଅଧ୍ୟକ୍ଷ ପଦବୀ ପାଇଁ ତିନି ଜଣ ନିର୍ବାଚନ ଲଢ଼ୁଛନ୍ତି।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଉଭୟ ଏନଏସି ନିର୍ବାଚନରେ କାହାକୁ ଜନସମର୍ଥନ ମିଳୁଛି ଜଣାପଡ଼ିବ।

Tags: #Politics #Election #NACElection #Atabira #Hindola

Comment