ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି ବୃଦ୍ଧି ପାଇଛି। ସୋମବାର ସୁରଟର ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଅବଧିକୁ ଏପ୍ରିଲ ୧୩ ତାରିଖ ଯାଏଁ ବଢ଼ାଇଛନ୍ତି। ‘ମୋଦୀ ସରନେମ’ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କୁ ଜାମିନ ମିଳିଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ। ଏନେଇ କୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ଦିନ ରାହୁଲ ଗାନ୍ଧୀ ସୁରଟର ସେସନ୍ସ କୋର୍ଟରେ ନିଜର ଦୋଷୀ ସାବ୍ୟସ୍ତ ହେବା ଉପରେ ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ‘ମୋଦୀ ସରନେମ’ ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ରାହୁଲ ଏହା ବିରୋଧରେ ପିଟିସନ ଦାଖଲ କରିଥିଲେ। ପିଟିସନ ଦାଖଲ ପରେ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି।

କୋର୍ଟରେ ରାହୁଲ ଗାନ୍ଧୀଙ୍କ ଓକିଲ ଦୁଇଟି ଆବେଦନ କରିଛନ୍ତି। ପ୍ରଥମ ଆବେଦନରେ କୋର୍ଟ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରହିତାଦେଶ ଲଗାନ୍ତୁ ବୋଲି କୁହାଯାଇଛି। ଦ୍ଵିତୀୟରେ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ କରିବା ପାଇଁ ଆବେଦନରେ କରାଯାଇଛି।

ଅନ୍ୟପଟେ କୋର୍ଟ ରାହୁଲଙ୍କ ବିରୋଧରେ ମାନହାନି ମମାଲା ଦୟାର କରିଥିବା ପୂର୍ଣ୍ଣେଶ ମୋଦୀଙ୍କୁ ଏପ୍ରିଲ ୧୦ ତାରିଖରେ ଜବାବ ଦାଖଲ କରିବାକୁ କହିଛନ୍ତି। ଏପ୍ରିଲ ୧୩ ତାରିଖରେ ହେବାକୁଥିବା ପରବର୍ତ୍ତୀ ଶୁଣାଣିବେଳେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ ହାଜର ହେବାର ଦରକାର ନାହିଁ ବୋଲି କୋର୍ଟ କହିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ସୁରଟର ସେସନ୍ସ କୋର୍ଟ ମାର୍ଚ୍ଚ ୨୩ ତାରିଖରେ ‘ମୋଦୀ ସରନେମ’ ମମାଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିଲାଗି ତାଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ। ତାଙ୍କୁ ଏହି ମମାଲାରେ ତୁରନ୍ତ ଜାମିନ ମିଲିଯାଇଥିଲା। ଅନ୍ୟପଟେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା।

Tags: #RahulGandhi #SuratCourt #DefamationCase #Bail #Politics

Comment