ଓଡ଼ିଶାଲାଇଭ୍ ବ୍ୟୁରୋ

job

ଜାତୀୟ ଆଜୀବିକା ସେବା କେନ୍ଦ୍ର (ଏନସିଏସସିଡିଏ) ପକ୍ଷରୁ ଭୁବନେଶ୍ଵରେ ଆୟୋଜିତ ହେବାକୁ ଯାଉଛି ଏକ ନିଯୁକ୍ତି ମେଳା। ଏପ୍ରିଲ ୬ ତାରିଖ ଦିନ ଭୁବନେଶ୍ଵରସ୍ଥିତ ଜାତୀୟ ଅଜୀବିକା କେନ୍ଦ୍ରରେ ଏହି ନିଯୁକ୍ତି ମେଳା ଆୟୋଜିତ ହେବ। ଏଥିରେ ବିଭିନ୍ନ ବିଭାଗରେ ୩୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଉପଲବ୍ଧ ହେବ।

ଏହି ନିଯୁକ୍ତି ମେଳାରେ ଭିନ୍ନକ୍ଷମ ଓ ଅଣଭିନ୍ନକ୍ଷମ ଯୁବକ, ଯୁବତୀମାନେ ଭାଗ ନେଇ ପାରିବେ। ଏଠାରେ ମିଳିବାକୁ ଥିବା ଚାକିରିଗୁଡ଼ିକ ପାଇଁ ମାସିକ ୧୦ ହଜାରରୁ ୩୩ ହଜାର ଯାଏଁ ଦରମା ମିଳିବ। ଯଦି ଆପଣମାନେ ଏନସିଏସସିଡିଏର ଏହି ନିଯୁକ୍ତି ମେଳାରେ ଭାଗ ନେବାକୁ ଚାହୁଁଛନ୍ତି, ଜାଣନ୍ତୁ କ’ଣ ରହିଛି ଏହାର ପ୍ରକ୍ରିୟା।

ପଦବୀ

  • ମ୍ୟାନେଜର
  • ବିଜନେସ୍ ଡେଭଲପମେଣ୍ଟ ମ୍ୟାନେଜର
  • ଜୁନିୟର ଆକାଉଣ୍ଟାଣ୍ଟ
  • ଏଚ୍ ଆର୍ ଏକ୍ସିକ୍ୟୁଟିଭ
  • ଟେଲି ସେଲ୍ସ ଏକ୍ସିକ୍ୟୁଟିଭ
  • ଅଫିସ ଷ୍ଟାଫ ଓ ଅନ୍ୟାନ୍ୟ ପଦବୀ 

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ପ୍ରାର୍ଥୀମାନେ ସପ୍ତମରୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏଟ ଯାଏଁ ପାଠ ପଢ଼ିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ପ୍ରାର୍ଥୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଉପୋରୋକ୍ତ ବିଭିନ୍ନ ପଦବୀ ପାଇଁ ଚାକିରି ଦିଆଯିବ। କୌଣସି ଗୋଟିଏ ଚାକିରି ପାଇଁ ପ୍ରାର୍ଥୀମାନଙ୍କୁ ଅଧିକ ନମ୍ବର ଆଧାରରେ ଚୟନ କରାଯିବ। ନିଯୁକ୍ତି ମେଳାରେ ଗଦ୍ରେଜ୍, ଏକ୍ସାଇଡ, ଗର୍ଗ ଲଜିଷ୍ଟିକ୍ସ ଓ ଅସ୍ମିତା ହୋଲ୍ଡସ୍ ପ୍ରାଇଭେଟ ଲିମିଟେଡ ଭଳି କମ୍ପାନି ଯୋଗ ଦେବେ।

ନିଯୁକ୍ତି ମେଳାରେ ଆବେଦନର ପ୍ରକ୍ରିୟା

  • ପ୍ରାର୍ଥୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ପ୍ରମାଣ ପତ୍ର, ଆଧାର କାର୍ଡ, ଫଟୋ ଓ ଅନ୍ୟାନ୍ୟ ବାୟୋ ଡାଟା ନେଇ ନିଯୁକ୍ତି ମେଳାରେ ପହଞ୍ଚିବାକୁ ହେବ
  • ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ସେମାନଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ଆଣିବାକୁ ପଡ଼ିବ
  • ପ୍ରାର୍ଥୀମାନେ ନିଯୁକ୍ତି ମେଳାରେ ପହଞ୍ଚି ନିଜର ଇଚ୍ଛା ଅନୁସାରେ ଚାକିରି ପାଇଁ ଆବେଦନ କରିପାରିବେ

ନିଯୁକ୍ତି ମେଳା ବିଷୟରେ ଅଧିକ ସୂଚନା ଜାତୀୟ ଆଜୀବିକା ସେବା କେନ୍ଦ୍ରର ୱେବସାଇଟ www.ncs.gov.inରେ ଉପଲବ୍ଧ। ପ୍ରାର୍ଥୀମାନେ ସେଠାରେ ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇପାରିବେ।

Tags: #NationalCareerService #JobFair #Bhubaneswar #EmploymentOpportunities

Comment