ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବିଭିନ୍ନ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ପିଜି ନାମଲେଖା ପାଇଁ ହେବାକୁ ‘କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ’ (ସିୟୁଇଟି) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ବିଭିନ୍ନ ବିଭାଗରେ ପୋଷ୍ଟ ଗ୍ରାଜୁଏସନ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୁଯୋଗ ମିଳିବ।
ଏହି ସିୟୁଇଟି ପ୍ରବେଶିକା ପରୀକ୍ଷା ପାଇଁ ନାସନାଲ୍ ଟେଷ୍ଟିଂ ଏଜେନ୍ସି ୱେବସାଇଟରେ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଏପ୍ରିଲ ୧୯। ଯଦି ଆପଣମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।
ଯୋଗ୍ୟତା
- ଛାତ୍ରଛାତ୍ରୀମାନେ ଆବେଦନ କରିଥିବା ବିଷୟରେ ଗ୍ରାଜୁଏସନରେ ଅତିକମରେ ୫୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
- ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ ନମ୍ବରରେ ଛାଡ଼ ମିଳିବ
ଚୟନ ପ୍ରକ୍ରିୟା
- କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଏକ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) କରାଯିବ
- ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ମେରିଟ ଲିଷ୍ଟରେ ବାହାର କରାଯିବ
- ମେରିଟ ଲିଷ୍ଟ ଆଧାରରେ ପର୍ଯ୍ୟାୟ କ୍ରମେ ନାମ ଲେଖା ହେବ
ଆବେଦନ ଶୁଳ୍କ
- ଅଣସରଂକ୍ଷିତ ବର୍ଗ – ୧୦୦୦ ଟଙ୍କା
- ଓବିସି ଓ ଇଡବ୍ଲୁଏସ ବର୍ଗ – ୮୦୦ ଟଙ୍କା
- ଅନୁସୂଚିତ ଜାତି ଓ ଜନଜାତି ବର୍ଗ – ୭୫୦ ଟଙ୍କା
- ଭିନ୍ନକ୍ଷମ ଛାତ୍ରଛାତ୍ରୀ – ୭୦୦ ଟଙ୍କା
କେମିତି କରିବେ ଆବେଦନ
- ନାସନାଲ୍ ଟେଷ୍ଟିଂ ଏଜେନ୍ସିର ୱେବସାଇଟ cuet.nic.in କୁ ଯାଆନ୍ତୁ
- ୱେବସାଇଟ ଭିତରେ ‘ରେଜିଷ୍ଟ୍ରେସନ ସିୟୁଇଟି ୨୦୨୩-୨୪’ ଅପ୍ସନକୁ କ୍ଲିକ କରନ୍ତୁ
- ନିଜର ଫୋନ ନମ୍ବର ଓ ଇ-ମେଲ ଆଇଡି ଦେଇ ରେଜିଷ୍ଟ୍ରେସନ କରନ୍ତୁ
- ଏହାପରେ ସେଠାରେ ଲଗ ଇନ କରି ଫର୍ମ ପୂରଣ କରନ୍ତୁ
- ପରୀକ୍ଷା ଦେବା ପାଇଁ ନିଜ ପାଖ ସହରକୁ ବାଛନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଏହି ସିୟୁଇଟି ପରୀକ୍ଷା କେବେ କରାଯିବ ସେ ନେଇ ନାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଏନଟିଏର ୱେବସାଇଟରେ ଉପଲବ୍ଧ।
Tags: #CentralUniversity #PGAdmission #CUET #EducationYear2023-24 #NTA #Education

















