ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଅଷ୍ଟିଓପୋରସିସ୍ ଏକ ବୟସଜନିତ ହାଡ଼ ରୋଗ। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ ହାଡ଼ ଦୁର୍ବଳ ହୋଇପଡ଼େ।

ଅଷ୍ଟିଓପୋରସିସ୍ ରୋଗ ହେଲେ ଅଳ୍ପ ଆଘାତରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ। ଏହି ରୋଗ ହୋଇଥିବା ବ୍ୟକ୍ତିମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ତେବେ ଅଷ୍ଟିଓପୋରସିସ୍ ହେବାକୁ ଆମେ କେମିତି ରୋକିପାରିବା? ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ ପଟ୍ଟନାୟକ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବାସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #AmaSwasthyAmaJibana #HealthForAll #Osteoporosis #Healthylife #OdiaHealthTips

Comment