ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଶରୀର ପାଇଁ ପାଣିର ଆବଶ୍ୟକତା ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଦିନକୁ କେତେ ପାଣି ପିଇବା ଦରକାର ସେ ନେଇ ଅଧିକାଂଶ ଲୋକଙ୍କୁ ଜଣାନଥାଏ।

ସୁସ୍ଥ ଶରୀର ପାଇଁ ପ୍ରଚୁର ପାଣି ପିଇବାର ଅବଶ୍ୟକତା ରହିଛି। ହେଲେ ଅଧିକାଂଶ ଲୋକ ଏହି  ପରିମାଣଟା ଜାଣି ନଥାଆନ୍ତି। ଫଳରେ କିଏ ଅତ୍ୟଧିକ ତ କିଏ କମ୍ ପାଣି ପିଇଥାନ୍ତି।

ତେବେ ସୁସ୍ଥ ଶରୀର ଏବଂ କିଡନୀକୁ ସୁସ୍ଥ ରଖିବା ପାଇଁ ଜଣେ ବ୍ୟକ୍ତି ଦିନକୁ କେତେ ପାଣି ପିଇବା ଆବଶ୍ୟକ? ସେନେଇ ବିଶିଷ୍ଟ କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #HealthForAll #OdiaHealthTips #Treatment #Water # Water for Good Health

Comment