ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଯେତେବେଳେ ଛୋଟ ଝିଅଟିଏ କିଶୋର ଅବସ୍ଥାକୁ ପହଞ୍ଚେ ତାହାକୁ ପ୍ୟୁବର୍ଟି ବୋଲି କୁହାଯାଏ। କିଶୋର ଅବସ୍ଥାରେ ପହଞ୍ଚିଲେ ଝିଅଠାରେ ପିରିୟଡସ ବା ଋତୁସ୍ରାବ ଆରମ୍ଭ ହୋଇଥାଏ। ଏହା ସହିତ ଝିଅଟିର ଶରୀରରେ ପରିବର୍ତ୍ତନ ମଧ୍ୟ ଦେଖାଦେଇଥାଏ।

ଋତୁସ୍ରାବ ସମୟରେ ପେଟରେ ଯନ୍ତ୍ରଣା ହେବା ଏବଂ ବେଳେ ବେଳେ ଋତୁସ୍ରାବରେ ଅନିୟମିତତାକୁ ନେଇ ଅନେକ କିଶୋରି ଏବଂ ସେମାନଙ୍କ ପରିବାର ଲୋକ ଚିନ୍ତିତ ହୋଇପଡ଼ନ୍ତି। ଏଥିରେ ବ୍ୟସ୍ତ ନହୋଇ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି।

ତେବେ ଋତୁସ୍ରାବରେ ଅନିୟମିତତା କାହିଁକି ହୁଏ ଏବଂ ଏହି ସମୟରେ କାହିଁକି ପେଟ ବ୍ୟଥା ହୁଏ? ଏନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

 Tags: #WorldHealthDay2023 #HealthForAll #OdiaHealthTips # Menstruation #Treatment #MenstrualHealthandHygiene

Comment