ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସୁଯୋଗ। ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ହେଲେ ନିଜର ଦକ୍ଷତାକୁ ଆହୁରି ବିକାଶିତ କରିବାର ଆବଶ୍ୟକତା ରହିଛି। ଶିକ୍ଷିତ ଯୁବକ ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ‘ବିଶ୍ଵ ଦକ୍ଷତା କେନ୍ଦ୍ର’ରେ ଆରମ୍ଭ ହେବାକୁ ଯାଉଛି ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ।

‘ହେୟାର ଫ୍ୟାସନ ଓ ଡିଜାଇନ୍’ ଏବଂ ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ରେ  କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ‘ବିଶ୍ଵ ଦକ୍ଷତା କେନ୍ଦ୍ର’ ବା ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ରେ ଏକ ବର୍ଷିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।

୨୦୨୩-୨୪ ବର୍ଷରେ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଯୁକ୍ତ ୨ କିମ୍ବା ଯେକୌଣସି କ୍ଷେତ୍ରରେ ଡିପ୍ଲୋମା କରିଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି ୧୭ ମେ’ ୨୦୨୩।

କେମିତି କରିବେ ଆବେଦନ?

ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟ୍ worldskillcenter.org କୁ ଯାଆନ୍ତୁ

ୱେବସାଇଟ୍ ଭିତରେଆଡମିଶନଅପ୍ସନକୁ କ୍ଲିକ କରନ୍ତୁ

ଏହାପରେ ସେଠାରେ ଲଗ ଇନ କରି ପ୍ରଶିକ୍ଷଣ ପାଇଁ ଫର୍ମ ପୂରଣ କରନ୍ତୁ

ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

‘ବିଶ୍ଵ ଦକ୍ଷତା ବିକାଶ କେନ୍ଦ୍ର’ରେ ଏହି ଏକ ବର୍ଷିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାର୍ଥୀମାନଙ୍କ ରହିବା, ଖାଇବା, ୟୁନିଫର୍ମର ଓ ବ୍ୟବହାର ହେବାକୁ ଥିବା ଉପକରଣର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଦକ୍ଷତା କେନ୍ଦ୍ରରେ ନାମଲେଖା ସମୟରେ ନିଜର ସାର୍ଟିଫିକେଟଗୁଡ଼ିକୁ ଭେରିଫାଏ କରାଇବାକୁ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଅଧିକ ସୂଚନା ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟରେ ଉପଲବ୍ଧ ରହିଛି।

ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରି ସେମାନଙ୍କୁ ରୋଜଗାରକ୍ଷମ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରଠାରେ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ ସ୍ଥାପନ କରାଯାଇଛି। ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନର ମିଳିତ ସହଯୋଗରେ ଏହା ଆରମ୍ଭ କରାଯାଇଛି।

ୱାର୍ଲ୍ଡ ସ୍କିଲ ସେଣ୍ଟର ଯୁବକ ଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ପ୍ରମୁଖ ଆକର୍ଷଣ ହେବାକୁ ଯାଉଛି। ଏଠାରେ ପ୍ରାର୍ଥୀମାନଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ସହ ବ୍ୟକ୍ତିତ୍ୱ ବିକାଶର ଶିକ୍ଷା ଦିଆଯାଇ ସେମାନଙ୍କୁ ଦକ୍ଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Tags: #SkillDevelopment #AdvancedSkillingFacilities #Education #BeautyAndWellness #OdishaGovt #Course

Comment