ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ପାଠପଢ଼ା ଆରମ୍ଭ ହେବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦେଶ ଜାରି କରଯାଇଥିଲା।

ମଙ୍ଗଳବାରଠାରୁ ଓଡ଼ିଶାର ସମସ୍ତ ସ୍କୁଲରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ କ୍ଲାସ୍ ହେବ। ପ୍ରତିଦିନ ସ୍କୁଲ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ଯାଏଁ ଚାଲିବ। ସରକାର ଗ୍ରୀଷ୍ମ ଛୁଟି ଘୋଷଣା ନ କରିବା ପର୍ଯ୍ୟନ୍ତ ଏହିଭଳି ସକାଳୁଆ ସ୍କୁଲ ଚାଲିବ।

ସବୁ ସ୍କୁଲରେ ଖରା ଦିନକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ସ୍କୁଲରେ ପାଣି, ଓଆରଏସ୍‌ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷର ବ୍ୟବସ୍ଥା କରାଯିବ। ଏଥର ତାପମାତ୍ରା ବଢ଼ିଲେ ଶୀଘ୍ର ଗ୍ରୀଷ୍ମ ଛୁଟି ଘୋଷଣା କରାଯିବ।

ଓଡ଼ିଶାରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଏପ୍ରିଲ ୩ ତାରିଖରୁ ପାଠପଢ଼ା ଆରମ୍ଭ ହୋଇଛି। ଏପ୍ରିଲ ୩ ତାରିଖରୁ ୮ ତାରିଖ ଯାଏଁ ସ୍କୁଲଗୁଡ଼ିକରେ ନୂଆ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିଲା।

Tags: #Schools #NewEducationyear #Morningclass #Students #SMEOdisha

Comment