ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିଲାଙ୍କର ଗ୍ରହଣଖଣ୍ଡିଆ ଜନ୍ମଗତ ଅସମ୍ପୂର୍ଣ୍ଣତା ହୋଇଥାଏ। ବିଭିନ୍ନ କାରଣରୁ ଶିଶୁଙ୍କଠାରେ ଏହି ସମସ୍ୟା ଦେଖା ଦେଉଥିଲେ ମଧ୍ୟ ଗର୍ଭାବସ୍ଥାରେ ପୋଷଣ ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହନ୍ତି ଅଡିଓଲୋଜିଷ୍ଟ ଓ ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀ।

ଗର୍ଭାବସ୍ଥାରେ ମା’ ଯଦି ଆବଶ୍ୟକ ପରିମାଣର ପୋଷଣଯୁକ୍ତ ଖାଦ୍ୟ ଖାଇନଥାନ୍ତି ଶିଶୁର ଏହି ସମସ୍ୟା ହେବାର ସମ୍ଭାବନା ରହିଛି। କେତେକ କ୍ଷେତ୍ରରେ ଏହା ବଂଶଗତ ହୋଇଥାଏ ବୋଲି ଥେରାପିଷ୍ଟ କୁହନ୍ତି।

ଗ୍ରହଣଖଣ୍ଡିଆକୁ ନେଇ ପିତାମାତାମାନେ ଚିନ୍ତାରେ ପଡ଼ିଯାଆନ୍ତି। ବର୍ତ୍ତମାନ ସମୟରେ ଗ୍ରହଣଖଣ୍ଡିଆର ଚିକିତ୍ସା ସମ୍ଭବ ହୋଇପାରୁଛି। ସର୍ଜରି ଦ୍ଵାରା ଗ୍ରହଣଖଣ୍ଡିଆ ପିଲାଙ୍କୁ ଭଲ କରି ହେଉଛି। ତେବେ ଗ୍ରହଣଖଣ୍ଡିଆ ସର୍ଜରି ପରେ ସ୍ପିଚ ଥେରାପି ଦେବା ଅତ୍ୟନ୍ତ ଜରୁରୀ ବୋଲି ସ୍ପିଚଥେରାପିଷ୍ଟ କୁହନ୍ତି।

ଆମେ ସମସ୍ତେ ଛୋଟ ପିଲାଙ୍କର ଗ୍ରହଣଖଣ୍ଡିଆ ହୋଇଥିବା ଦେଖିଥାନ୍ତି। ତେବେ ଗ୍ରହଣଖଣ୍ଡିଆର କାରଣ କ’ଣ ଏବଂ ଏହାକୁ ଭଲ କରିବା ପାଇଁ କ’ଣ ରହିଛି ଚିକିତ୍ସା ବ୍ୟବସ୍ଥା? ସେ ନେଇ ଅଡିଓଲୋଜିଷ୍ଟ ଓ ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #CleftLip#Treatment #Surgery #OdiaHealthTips

Comment