ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ଦିନ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ଗତ ୨୦୨୨ ଡିସେମ୍ବର ୧୩ ତାରିଖରେ ମନି ଲଣ୍ଡିରଂ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା ଇଡି। ଦୁଇ ଦୁଇ ଥର ଥର ରିମାଣ୍ଡରେ ଯାଇଥିଲେ ଅର୍ଚ୍ଚନା। ଇଡି ପକ୍ଷରୁ ପୁନର୍ବାର ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା, କିନ୍ତୁ କୋର୍ଟ ଅନୁମତି ପ୍ରଦାନ ନକରିବାରୁ ୨୦୨୨ ମସିହା ଡିସେମ୍ବର ୧୯ ତାରିଖରେ ଜେଲ ଯାଇଥିଲେ ଅର୍ଚ୍ଚନା ନାଗ।
ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ୧୫ ତାରିଖରେ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ମିଳିଥିଲା। ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଉପରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜଗବନ୍ଧୁଙ୍କ ବିରୋଧରେ ଆଉ ୨ଟି ମାମଲା ରହିଥିବାରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଜେଲରୁ ମୁକୁଳି ପାରିନାହାନ୍ତି।
Tags: #ArchanaNaag #BlackmailCase #OdishaHighCourt #Bail