ଓଡ଼ିଶାଲାଇଭ୍ ବ୍ୟୁରୋ
ଦୃଷ୍ଟିହୀନ କ୍ରିକେଟରେ ଭାରତ ବେଶ ଆଗରେ ରହିଛି। ଭାରତ ଲଗାତର ୩ଥର ଦୃଷ୍ଟିହୀନ ଟି-ଟ୍ଵେଣ୍ଟି ଓ୍ଵାର୍ଲ୍ଡ କପ୍ ବିଜୟୀ ମଧ୍ୟ ହୋଇଛି। ୨୦୨୨ ମସିହରେ ହୋଇଥିବା ଟି-ଟ୍ଵେଣ୍ଟି ଓ୍ଵାର୍ଲ୍ଡ କପରେ ଭାରତ ବିଶ୍ଵକପ ଜିତିବାରେ ସଫଳ ହୋଇଛି।
ଭାରତକୁ ବିଶ୍ଵ ବିଜୟୀ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା ଜଣେ ଓଡ଼ିଆ ପୁଅଙ୍କର। ସେ ହେଉଛନ୍ତି ନକୁଳ ବଡ଼ନାୟକ। ନକୁଳଙ୍କୁ ଏବେ ଦୃଷ୍ଟିହୀନ କ୍ରିକେଟରଙ୍କ ବଡ଼ନାୟକ ବୋଲି କୁହାଯାଉଛି।
ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ନକୁଳଙ୍କ ଘର କୋରାପୁଟର ପିପଳପୁଟ ଗାଁରେ। ଏକ ଛୋଟ ଗାଁରୁ ବାହାରି ଆଜି ଭାରତୀୟ ଦୃଷ୍ଟିହୀନ କ୍ରିକେଟର ତାରକା ପାଲଟିଛନ୍ତି ନକୁଳ। ସେ ନିଜ କ୍ରିକେଟ ଜୀବନ ଓ ବିଶ୍ଵକପ ଖେଳିବା ଅନୁଭୂତିକୁ ଓଡ଼ିଶାଲାଇଭ୍ ସହ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି।
ଦୃଷ୍ଟିହୀନ କ୍ରକେଟ ତାରକା ନକୁଳ ବଡ଼ନାୟକଙ୍କ ଜୀବନ, ସଂଘର୍ଷ ଓ ସଫଳତା ସମ୍ପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ।
Tags: #Sports #BlindCricket #NakulBadnayak #Life #Struggle #Success
















