ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସବୁଠୁ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବୁଧବାର ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବରୁ ବିଜେଡି ପକ୍ଷରୁ ଦୀପାଳି ଦାସ ଓ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଘୋଷଣା କରଯାଇଥିଲା।  ଅନ୍ୟପଟେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ସମସ୍ତେ ଅପେକ୍ଷା କରିଥିଲେ। ଏବେ ବିଜେପି ଟଙ୍କଧରଙ୍କୁ ପ୍ରାର୍ଥୀ କରିବା ପରେ ଉପନିର୍ବାଚନରେ ପ୍ରତିଦ୍ଵନ୍ଦିତା ପାଇଁ ମଇଦାନ ସଫା ହୋଇଯାଇଛି।

ଟଙ୍କଧର ତ୍ରିପାଠୀ ଓଡ଼ିଶା ବିଜେପିର ଜଣେ ଟାଣୁଆ ଯୁବ ନେତା।  ସେ ପୂର୍ବରୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ସଭାପତି ମଧ୍ୟ ରହିଥିଲେ। ଝାରସୁଗୁଡ଼ା ଉପନିର୍ବାଚନରେ ସେ ହିଁ ବିଜେପିର ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।

ଆସନ୍ତା ମେ’ ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ ହେବ। ଏଥିଲାଗି ଗୁରୁବାରଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ଏପ୍ରିଲ ୨୦ ତାରିଖ ଯାଏଁ ପ୍ରାର୍ଥିପତ୍ର ଦାଖଲ ଚାଲିବ। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି। ମେ’ ୧୩ ତାରିଖରେ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

Tags: #Politics #JharsugudaByElection #TankadharTripathy #BJPCandidate

 

Comment