ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ସମ୍ଭବ ନୁହେଁ। ଲିଭର ଆମ ଶରୀରରେ ଅହରହ କାମ କରିଥାଏ। ଲିଭର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ। ତେଣୁ ଲିଭରକୁ ସୁସ୍ଥ ରଖିବା ଆବଶ୍ୟକ ବୋଲି କୁହନ୍ତି ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁ।

ଖାଦ୍ୟ ହେଉ କିମ୍ବା ଔଷଧ, ଆମେ ଯାହା ବି ଖାଇଥାଉ ତାହା ରକ୍ତରେ ମିଶି ପ୍ରଥମେ ଲିଭରକୁ ଯାଇ ବିଶୁଦ୍ଧ ହୋଇଥାଏ। ଲିଭର ପ୍ରୋଟିନ୍ ତିଆରି କରେ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର। ତେବେ କେମିତି ସୁସ୍ଥ ରହିବ ଲିଭର? ଏ ନେଇ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Liver #LiverDisease #WorldLiverDay #HealthyLiver #OdiaHealthTips

Comment