ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଯକୃତ ଦିବସ ବା ‘ଓ୍ଵାର୍ଲ୍ଡ ଲିଭର ଡେ’। ଲିଭର ଜନିତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଏପ୍ରିଲ ୧୯ ତାରିଖକୁ ବିଶ୍ଵ ଯକୃତ ଦିବସ ଭାବେ ପାଳନ କରାଯାଉଛି।

ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ମଣିଷର ବଞ୍ଚିବା ଅସମ୍ଭବ ହୋଇଥାଏ। ଆମେ ଖାଉଥିବା ଖାଦ୍ୟର ସାର ଅଂଶକୁ ଶରୀରର ବ୍ୟବହାର ଉପଯୋଗୀ କରିବା ସହିତ ଅଦରକାରୀ ଜିନିଷକୁ ଛାଣିବା ଲିଭର କାମ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ବତ୍ତର୍ମାନର ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଶରୀରରେ ଅନେକ ସମସ୍ୟା ସହ ବିଭିନ୍ନ ରୋଗର ଉତ୍ପତି ହୋଇଥାଏ। ବିଭିନ୍ନ ରୋଗ କାରଣରୁ ଲିଭରକୁ କ୍ଷତି ପହଞ୍ଚିଥାଏ। ଏହି କାରଣରୁ ଲିଭର ଜନିତ ରୋଗ ହୋଇଥାଏ।

ଅତ୍ୟଧିକ ମଦ୍ୟପାନ ଏବଂ ମେଦବହୁଳାତା କାରଣରୁ ଲିଭର ସମସ୍ୟା ଦେଖା ଦେଉଥିବାବେଳେ କେତେକ କ୍ଷେତ୍ରରେ ମଦ ପିଉନଥିବା ଏବଂ ପତଳା ମଣିଷଙ୍କଠାରେ ମଧ୍ୟ ଲିଭର ଜନିତ ସମସ୍ୟା ଦେଖିବାକୁ ମିଳେ। ତେଣୁ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଲିଭର ସୁସ୍ଥ ରହିବା ଆବଶ୍ୟକ।

ଲିଭର ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ସହ ନିୟମିତ ଯୋଗ ଏବଂ ବ୍ୟାୟାମ କରିବାର ଆବଶ୍ୟକତା ରହିଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ସତର୍କ ରହିବା ସହ ନିୟମିତ ଲିଭର ଚେକଅପ କରିବାର ଆବଶ୍ୟକତା ରହିଥିବା ଡାକ୍ତର କୁହନ୍ତି।

Tags: #Liver #WorldLiverDay #LiverProblem #LiverDisease #OdiaHealthTips

Comment