ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ଦିନ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେପି। ଦଳପକ୍ଷରୁ ଆଜି ଏହି ତାଲିକା ପ୍ରକାଶ କରାଯାଇଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ ଜଣ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ। କେବଳ ସେତିକି ନୁହେଁ ସାଂସଦ ଅପରଜିତା ଷଡ଼ଙ୍ଗୀମଧ୍ୟ ଏଥର ନିର୍ବଚନ ପ୍ରଚାର କରିବେ।

ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଜୁଏଲ୍ ଓରାମ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବ, ଜୟ ନାରାୟଣ ମିଶ୍ର, ବିଶ୍ୱେଶ୍ୱର ଟୁଡୁ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁନୀଲ ବଂଶଲ, ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂ ତୋମାର, ସମୀର ମହାନ୍ତୀ, ସୁରେଶ ପୂଜାରୀଙ୍କ ନାଁ ରହିଛି।

ସେହିପରି ବସନତ ପଣ୍ଡା, କନକ ବର୍ଦ୍ଧନସିଂ ଦେଓ, ସଂଗୀତା ସଂ ଦେଓ, ଅପରାଜିତା ଷଡ଼ଙ୍ଗୀ, ନିତେଶ ଗଙ୍ଗଦେଭ, ମୋହନ ଚରଣ ମାଝି, ନାଉରୀ ନାୟକ, ସମ୍ବିତ ପାତ୍ର, ଏମ.ଏ ଖାରବେଳ ସ୍ଵାଇଁ, ସୁରମା ପାଢ଼ୀ, ରବି ନାରାୟଣ ନାଇକ, ମାନସ କୁମାର ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି।

ଏହା ସହିତ ଗୋଲକ ପ୍ରସାଦ ମହାପାତ୍ର, ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ରାଧାରାଣୀ ପଣ୍ଡା, ପ୍ରଦୀପ ପୂରୋହିତ, ଭବାନୀ ଶଙ୍କର, ନିତ୍ୟାନନ୍ଦ ଗୋଣ୍ଡ, ଡକ୍ଟର ମୁକେଶ ମୋହାଲିଙ୍ଗ, କୁସୁମ ଟେଟେ, ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ, ମଙ୍ଗଳ ସାହୁ, ଦିନେଶ ଜୈନ ଏବଂ ତ୍ରିନାଥ ଗୁଆଲ ପ୍ରମୁଖ ବିଜେପିର ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି।

ବୁଧବାର ଦିନ ପ୍ରଥମେ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିଲା କଂଗ୍ରେସ। ଆଜି ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେପି।

ଆସନ୍ତା ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ ହୋଇ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନବ କିଶୋର ଦାସଙ୍କ ହତ୍ୟା ପରଠାରୁ ଖାଲିପଡ଼ିଥିବା ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଆସନ୍ତା ମେ’ ୧୦ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି।

ଗତ ଜାନୁଆରି ୨୯ ତାରିଖ ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ଗୁଳିମାଡ଼ର ଶିକାର ହୋଇଥିଲେ ମନ୍ତ୍ରୀ ନବ କିଶୋର ଦାସ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗିରଫ ହୋଇ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛି।

Tags: #Politics #OdishaPolitics #BJP #StarCampaigner #JharsugudaByelection

Comment