ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଆରମ୍ଭ ହେବ ସିଧାସଳଖ ବିମାନସେବା। ଇଣ୍ଡିଗୋ ଏୟାରଲାଇନ୍ସ ଜୁନ ମାସ ୩ ତାରିଖରୁ ଏହି ରୁଟରେ ବିମାନ ଚଳାଚଳ କରିବାକୁ ଯାଉଛି। ଆଗକୁ ଏହି ବିମାନସେବା ପାଇଁ ଟିକେଟ ବୁକିଂ ଆରମ୍ଭ ହେବ। ଏନେଇ ଭୁବନେଶ୍ଵର ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି।

ଇଣ୍ଡିଗୋ ଏୟାରଲାଇନ୍ସ ସପ୍ତାହରେ ମଙ୍ଗଳବାର ଓ ଶନିବାର ୨ ଦିନ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ। ପ୍ରଥମେ ବିମାନଟି  ଅପରାହ୍ଣ ୪ଟା ୫୦ରେ ଭୁବନେଶ୍ଵରରୁ ଯାତ୍ରୀଙ୍କୁ ନେଇ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିବ। ସେହିଭଳି ସିଙ୍ଗାପୁର ଅଭିମୁଖେ ଆଉ ଏକ ବିମାନ ସନ୍ଧ୍ୟା ୬ ଟା ୨୫ରେ ଉଡ଼ାଣ ଭରିବ।

ଅନ୍ୟପଟେ ଇଣ୍ଡିଗୋ ଏୟାରଲାଇନ୍ସ ମେ’ ମାସ ୧୫ ତାରିଖରୁ ଭୁବନେଶ୍ଵରରୁ ଦୁବାଇକୁ ବିମାନସେବା ଆରମ୍ଭ କରିବ। ଏନେଇ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି।

୨୦୨୨ ମସିହାରେ ଓଡ଼ିଶା ସରକାର ଭୁବନେଶ୍ଵରରୁ ବିଦେଶକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ଵାନ କରିଥଲେ। ପ୍ରଥମ ପର୍ଯ୍ୟାୟରେ ଦୁବାଇ,ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନସେବା ପାଇଁ ଏହି ଟେଣ୍ଡର ହୋଇଥିଲା। ଇଣ୍ଡିଗୋ ଏୟାରଲାଇନ୍ସ ଏହି ଟେଣ୍ଡର ପ୍ରକ୍ରିୟାରେ ସଫଳ ହୋଇଥିଲା। ଏହାପରେ କମ୍ପାନିକୁ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ମିଳିଥିଲା।

Tags: #Bhubaneswar #DirectFlightService #Singapore #Bangkok #Indigo #BijupatnaikInternationalAirport

 

Comment