ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କ୍ୟାନ୍ସର ବା କର୍କଟ ରୋଗ ହେଉଛି ଏକ ପ୍ରାଣଘାତୀ ରୋଗ। ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି। ଠିକ୍ ସମୟରେ କର୍କଟ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି।

କ୍ୟାନ୍ସର ରୋଗ ସମ୍ପର୍କରେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା ଦ୍ଵାରା ଜଣେ କ୍ୟାନ୍ସର ପୀଡ଼ିତ ରୋଗୀର ଜୀବନ ଧାରଣର ମାନକୁ ଉନ୍ନତ କରାଯାଇପାରିବ।

ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ।

କ୍ୟାନ୍ସର ରୋଗ ବିଭିନ୍ନ ପ୍ରକାରର ରହିଛି। ରକ୍ତ କର୍କଟ, ମୁଣ୍ଡ ଓ ଗଳା କର୍କଟ, କୋଲୋରେକ୍ଟାଲ କର୍କଟ, ପ୍ରୋଷ୍ଟେଟ କର୍କଟ, ବୋନ କର୍କଟ, ସ୍ତନ କର୍କଟ, ବ୍ଲାଡର କର୍କଟ, ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କର୍କଟ, ଫୁସଫୁସ କର୍କଟ, ସର୍ଭାଇକାଲ କର୍କଟ, ଆଖି କର୍କଟ, ମୁଖ ଗହ୍ଵର କର୍କଟ, ଓଭାରିଆନ କର୍କଟ, ପାନକ୍ରିଆଟିକ୍ କର୍କଟ ଏବଂ ଜିଭରେ କର୍କଟ ଆଦି ଲୋଗରେ ଅଧିକାଂଶ ଲୋକ ପୀଡ଼ିତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି। ଏଥି ମଧ୍ୟରୁ ଅଧିକ ଘାତକ ହେଉଛି ରକ୍ତ କର୍କଟ।

ଅଷ୍ଟିଓସାର୍କୋମା ହେଉଛି ଏକ ପ୍ରକାର ହାଡ଼ର କ୍ୟାନ୍ସର, ଯାହାକି ହାଡ଼କୁ ତିଆରି କରୁଥିବା କୋଷରେ ହୋଇଥାଏ। କାହିଁକି ହୋଇଥାଏ ବୋନ୍ କ୍ୟାନ୍ସର ଏବଂ କ’ଣ ରହିଛି ଏହାର କାରଣ? କେମିତି କରାଯାଇଥାଏ ଏହାର ଚିକିତ୍ସା? ଅଷ୍ଟିଓସାର୍କୋମା ବା ବୋନ୍‌ କ୍ୟାନ୍ସର ବିଷୟରେ କ’ଣ କହୁଛନ୍ତି ଡାକ୍ତର ଭାଗ୍ୟଶ୍ରୀ ସିଂ, ଜାଣିବା ପାଇଁ ଦେଖନ୍ତୁ ଉପରେ ଦିଆଯାଇଥିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #HealthCare #OdiaHealthTips #Cancer #FightToCancer #BoneCancer #DrBhagyashreeSingh

Comment