ଓଡ଼ିଶାଲାଇଭ୍ ବ୍ୟୁରୋ

ଅତ୍ୟାଧୁନିକ ‘ମେକାଟ୍ରୋନିକ୍ସ’ରେ ଆକର୍ଷଣୀୟ କ୍ୟାରିଅର ସୁଯୋଗ ଆଣିଦେଇଛି ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର। ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ତାଲିମ ନେଇ ନିଜ ଭବିଷ୍ୟତର କ୍ୟାରିଅରକୁ ଏକ ନୂଆ ଉଚ୍ଚତାକୁ ନେଇ ପାରିବେ।

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ବିଶ୍ୱ ସ୍ତରୀୟ ଲାବୋରେଟୋରି ସହିତ ବିଦେଶରେ ଇଣ୍ଟର୍ଣ୍ଣସିପ୍ ଓ ଚାକିରିର ସୁଯୋଗ ରହିଛି। ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ୨୦୨୩, ମେ’ ୧୭ ତାରିଖ।

‘ମେକାଟ୍ରୋନିକ୍ସ’ରେ ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ ଏବଂ କମ୍ପ୍ୟୁଟର ସାଇନ୍ସ ଆଦି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଥିଓରି ସହିତ ପ୍ରାକ୍ଟିକାଲ ସୁବିଧା ଦିଆଯାଉଛି।

ଏଥିରେ ନ୍ୟୁମାଟିକ୍ସ, ଅଟୋମେସନ ଏବଂ ବେସିକ୍ ରୋବୋଟିକ୍ସ, ହାଇଡ୍ରୋଲିକ୍ସ, କ୍ୟାଡ୍ ଏବଂ ମେକାନିକାଲ ଟେକ୍ନୋଲୋଜି, ଇଲେକ୍ଟ୍ରୋନିକ୍ସ, ପିଏଲସି ଏବଂ ସେନ୍ସର୍ସ ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ ଇନଷ୍ଟଲେସନ ସହିତ ଡ୍ରାଇଭସ୍ ଏବଂ ମୋଟର କଣ୍ଟ୍ରୋଲ ଆଦି ୮ଟି ଅତ୍ୟାଧୁନିକ ଲାବୋରେଟୋରି ରହିଛି।

ଏହି ଲାବୋରେଟୋରିରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଉପକରଣ ରହିଛି। ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ପାଇଁ ବୈଦେଶିକ ବିଶେଷଜ୍ଞଙ୍କ ଦ୍ୱାରା ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ରହିବା ଲାଗି ମାଗଣାରେ ହଷ୍ଟେଲ ସହିତ ଖାଇବା ପିଇବା ଏବଂ ଯିବା ଆସିବା ପାଇଁ ବସ୍ ସୁବିଧା କରାଯାଇଛି।

Tags: #WorldSkillCenter #Mechatronics #SkillDevelopment #Careers

Comment