ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଆସ୍ଥମା ଦିବସ। ପ୍ରତିବର୍ଷ ମେ’ ମାସର ପ୍ରଥମ ମଙ୍ଗଳବାରକୁ ବିଶ୍ଵ ଆସ୍ଥମା ଦିବସ ଭାବେ ପାଳନ କରାଯାଏ। ଆସ୍ଥମା ରୋଗ ସମ୍ପର୍କରେ ଲୋକଙ୍କୁ ସେଚତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।

୧୯୯୩ ମସିହାଠାରୁ ଗ୍ଲୋବାଲ ଇନିସିଏଟିଭ ଫର ଆସ୍ଥମା ଦ୍ଵାରା ବିଶ୍ଵ ସ୍ଵସ୍ଥ୍ୟ ସଂଗଠନ ସହଯୋଗରେ ବିଶ୍ଵ ଆସ୍ଥମା ଦିବସର ଶୁଭାରମ୍ଭ କରାଯାଇଥିଲା। ୧୯୯୮ ମସିହାରେ ୩୫ରୁ ଅଧିକ ଦେଶରେ ବିଶ୍ଵ ଆସ୍ଥମା ଦିବସ ପାଳିନ କରାଯାଇଥିଲା। ଏବେ ସାରା ବିଶ୍ଵରେ ଏହି ଦିବସ ପାଳନ କରାଯାଉଛି।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ଵସ୍ତରରେ ୩୩୯ ମିଲିୟନରୁ ଅଧିକ ଲୋକ ଆସ୍ଥମାରେ ପୀଡ଼ିତ ଥିଲେ ଏବଂ ୨୦୧୬ ମସିହାରେ ବିଶ୍ଵସ୍ତରରେ ଆସ୍ଥମା ଯୋଗୁଁ ୪,୧୭,୯୧୮ ଜଣଙ୍କର ମୃତ୍ୟୁ ହୋଇଥିଲା।

ପ୍ରତିବର୍ଷ ଗୋଟିଏ ଥିମକୁ ନେଇ ଆସ୍ଥମା ଦିବସ ପାଳନ କରାଯାଇଥିଏ। ଚଳିତ ବର୍ଷର ଥିମ୍ ରହିଛି ‘ଆସ୍ଥମା କେୟାର ଫର ଅଲ୍’।

ଆସ୍ଥମା ରୋଗକୁ ଆଜମା ବୋଲି ମଧ୍ୟ କୁହାଯାଏ। ଆସ୍ଥମା ହେଉଛି ଏକ ଫୁସଫୁସ ଜନିତ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ଅସୁବିଧା ଅନୁଭବ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଆସ୍ଥମାର ଲକ୍ଷଣ ଦେଖାଯିବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି। ଟିକିଏ ସଚେତନା ଏକ ସୁସ୍ଥ ଏବଂ ସୁନ୍ଦର ଜୀବନ ବଞ୍ଚିବାରେ ସହାୟକ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

Tags: #WorldAsthmaDay #AsthmaCareForAll #Asthma #SymptomsOfAsthma #Treatment #OdiaHealthTips

Comment