ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସରେ ଆକର୍ଷଣୀୟ କ୍ୟାରିଅର ସୁଯୋଗ ପାଇଁ ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ପକ୍ଷରୁ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ। ଓଡ଼ିଶାର ବିଭିନ୍ନ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନରୁ ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମରେ ତାଲିମ ନେଇ ପାରିବେ।

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ବିଶ୍ୱ ସ୍ତରୀୟ ଲାବୋରେଟୋରି ସହିତ ବିଦେଶରେ ଇଣ୍ଟର୍ଣ୍ଣସିପ୍ ଓ ଚାକିରିର ସୁଯୋଗ ରହିଛି। ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ୨୦୨୩  ମେ’ ୧୭ ତାରିଖ।

ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍’ରେ ରେ ଛାତ୍ରଛାତ୍ରୀମାନଙ୍କୁ ଥିଓରି ସହିତ ପ୍ରାକ୍ଟିକାଲ ସୁବିଧା ଦିଆଯାଉଛି।

ଏଠାରେ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାନିକାଲ ସର୍ଭିସେସ୍, ରେସିଡେନ୍ସିଆଲ ଏୟାର କଣ୍ଡିସନିଙ୍ଗ ସର୍ଭିସେସ୍, ପାଇପିଙ୍ଗ ଆଣ୍ଡ ପ୍ଲମ୍ବିଙ୍ଗ ସର୍ଭିସେସ୍, ଫାୟାର ଡିଟେକ୍ସନ ଆଣ୍ଡ ପ୍ରୋଟେକ୍ସନ ସିଷ୍ଟମସ୍ ଓ ଫାସିଲିଟି ଆଣ୍ଡ ସିଷ୍ଟମ ମେଣ୍ଟେନାନ୍ସ ଆଦି ୬ଟି ଅତ୍ୟାଧୁନିକ ଲାବୋରେଟୋରି ରହିଛି।

ଏହି ଲାବୋରେଟୋରିରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଉପକରଣ ରହିଛି। ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ପାଇଁ ଦକ୍ଷ ତାଲିମଦାତାମାନଙ୍କୁ ନିଯୁକ୍ତ କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ରହିବା ଲାଗି ମାଗଣାରେ ହଷ୍ଟେଲ ସହିତ ଖାଇବା ଏବଂ ଯିବା ଆସିବା ପାଇଁ ବସ୍ ସୁବିଧା କରାଯାଇଛି।

Tags: #WorldSkillCenter #MechanicalAndElectricalServices #SkillDevelopment #Careers #Education

Comment