ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଏୟାର କଣ୍ଡିସନିଂ ଏବଂ ରେଫ୍ରିଜିରେସନ’ ରେ ଆକର୍ଷଣୀୟ କ୍ୟାରିଅର ସୁଯୋଗ ପାଇଁ ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ପକ୍ଷରୁ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ। ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଛି ନାମଲେଖା। ମେ’ ୧୭ ତାରିଖ ହେଉଛି ଆବେଦନର ଶେଷ ତାରିଖ।

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଶ୍ୱସ୍ତରୀୟ ଲାବୋରେଟୋରି ସହ ବିଦେଶରେ ଇଣ୍ଟର୍ଣ୍ଣସିପ୍ ଓ ଚାକିରି ସୁଯୋଗ ରହିଛି।

ଏୟାର କଣ୍ଡିସନିଙ୍ଗ ଆଣ୍ଡ ରେଫ୍ରିଜେରେସନରେ ଛାତ୍ରଛାତ୍ରୀମାନଙ୍କୁ ଥିଓରି ସହିତ ପ୍ରାକ୍ଟିକାଲ ସୁବିଧା ଦିଆଯାଉଛି। ଏଠାରେ ଇଲେକ୍ଟ୍ରିକାଲ ସର୍ଭିସେସ୍, ରେସିଡେନ୍ସିଆଲ ଏୟାର କଣ୍ଡିସନିଙ୍ଗ ସର୍ଭିସେସ୍, ଇଣ୍ଟିଗ୍ରେଟେଡ ବିଲ୍‌ଡିଙ୍ଗ ମ୍ୟାନେଜମେଣ୍ଟ ସିଷ୍ଟମସ୍, କମର୍ସିଆଲ ଏୟାର କଣ୍ଡିସନିଙ୍ଗ ସିଷ୍ଟମସ୍, ଏୟାର କଣ୍ଡିସନିଙ୍ଗ ଡିଷ୍ଟ୍ରିବ୍ୟୁସନ ସିଷ୍ଟମସ ଓ କମର୍ସିଆଲ ରେଫ୍ରିଜେରେସନ ସିଷ୍ଟମସ୍ ଆଦି ୬ଟି ଅତ୍ୟାଧୁନିକ ଲାବୋରେଟୋରି ରହିଛି।

ଏହି ଲାବୋରେଟୋରିରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଉପକରଣ ରହିଛି। ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ପାଇଁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ରହିବା ଲାଗି ମାଗଣାରେ ହଷ୍ଟେଲ ସହିତ ଖାଇବା ଏବଂ ଯିବା ଆସିବା ପାଇଁ ବସ୍ ସୁବିଧା କରାଯାଇଛି।

Tags: #WorldSkillCenter #AirConditioningAndRefrigeration #SkillDevelopment #Careers #Education #SkilledInOdisha

LEAVE A REPLY

Please enter your comment!
Please enter your name here