ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷିତ ଯୁବକ ଯୁବତୀମାନଙ୍କ ପାଇଁ ‘ଇଲେକ୍ଟ୍ରିକାଲ ଟେକ୍ନୋଲୋଜି’ରେ ଆକର୍ଷଣୀୟ କ୍ୟାରିଅର ସୁଯୋଗ ଆଣିଦେଇଛି ଭୁବନେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର। ଆଇଟିଆଇ ବା ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ତାଲିମ ନେଇ ନିଜ ଭବିଷ୍ୟତର କ୍ୟାରିଅରକୁ ଏକ ନୂଆ ଉଚ୍ଚତାକୁ ନେଇ ପାରିବେ।

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ବିଶ୍ୱ ସ୍ତରୀୟ ଲାବୋରେଟୋରି ସହିତ ବିଦେଶରେ ଇଣ୍ଟର୍ଣ୍ଣସିପ୍ ଓ ଚାକିରିର ସୁଯୋଗ ରହିଛି। ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ୨୦୨୩  ମେ’ ୧୭ ତାରିଖ। ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ରହିଛି ୩୦ ବର୍ଷ।

ଇଲେକ୍ଟ୍ରିକାଲ ଟେକ୍ନୋଲୋଜିରେ ଛାତ୍ରଛାତ୍ରୀମାନଙ୍କୁ ଥିଓରି ସହିତ ପ୍ରାକ୍ଟିକାଲ ସୁବିଧା ଦିଆଯାଉଛି।

ଏଠାରେ ଇଲେକ୍ଟ୍ରିକାଲ ସର୍କିଟ ଆଣ୍ଡ ପ୍ରିନ୍ସିପୁଲ୍ସ, ଇଲେକ୍ଟ୍ରିକାଲ ଇନଷ୍ଟଲେସନସ୍ ଆଣ୍ଡ ଟେଷ୍ଟିଙ୍ଗ, ଇଲେକ୍ଟ୍ରିକାଲ ମେସିନ୍ସ ଆଣ୍ଡ କଣ୍ଟ୍ରୋଲ, ଇଲେକ୍ଟ୍ରିକାଲ ଡ୍ରାଫ୍ଟିଙ୍ଗ ଆଣ୍ଡ ଡିଜାଇନ, ଇଲେକ୍ଟ୍ରିକାଲ ପାୱାର ଆଣ୍ଡ ସ୍ଵିଚବୋର୍ଡସ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ ଆଣ୍ଡ ଅଟୋମେସନ ଏବଂ ଇଣ୍ଟେଲିଜେଣ୍ଟ ବିଲ୍‌ଡିଙ୍ଗ ଅଟୋମେସନ ଆଦି ୭ଟି ଅତ୍ୟାଧୁନିକ ଲାବୋରେଟୋରି ରହିଛି।

ଏହି ଲାବୋରେଟୋରିରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଉପକରଣ ରହିଛି। ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ପାଇଁ ବୈଦେଶିକ ବିଶେଷଜ୍ଞଙ୍କ ଦ୍ୱାରା ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତ କରାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ରହିବା ଲାଗି ମାଗଣାରେ ହଷ୍ଟେଲ ସହିତ ଖାଇବା ପିଇବା ଏବଂ ଯିବା ଆସିବା ପାଇଁ ବସ୍ ସୁବିଧା କରାଯାଇଛି।

Tags: #WorldSkillCenter #ElectricalTechnology #SkillDevelopment #Careers #Education

LEAVE A REPLY

Please enter your comment!
Please enter your name here