ଓଡ଼ିଶାଲାଇଭ୍‌ ବ୍ୟୁରୋ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ କରାଯାଇଛି। ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୟୁକ୍ରେନ ଏହି ଡ୍ରୋନ ଆକ୍ରମଣ କରାଇଥିବା ଋଷ ଅଭିଯୋଗ କରିଛି।

ଋଷ ପକ୍ଷରୁ ଜାରି କରାଯାଇଥିବା ବୟାନରେ ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବା ଲାଗି ତାଙ୍କ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ। ବର୍ତ୍ତମାନ ପୁଟିନ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି।

ମଙ୍ଗଳବାର ରାତିରେ ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ କ୍ରେମଲିନ ଉପରକୁ ଡ୍ରୋନରେ ଆକ୍ରମଣ କରାଯାଇଥିଲା। ଗୋଟିଏ ନୁହେଁ ଦୁଇ ଦୁଇଟି ଡ୍ରୋନ ଆକ୍ରମଣ କରାଯାଇଥିବାବେଳେ ଋଷ ପକ୍ଷରୁ ଡ୍ରୋନଗୁଡ଼ିକୁ ନଷ୍ଟ କରାଯାଇଛି। ମେ’ ୯ ତାରିଖ ଋଷର ଭିକ୍ଟ୍ରି ଡେ’ ରହିଥିବାରୁ ଏହା ପୂର୍ବରୁ ଏହି ଆକ୍ରମଣ କରାଯାଇଥିବା ଋଷ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି ପୁଟିନ।

ଏପଟେ କିନ୍ତୁ ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ କରିଥିବା ଅସ୍ଵୀକାର କରିଛି ୟୁକ୍ରେନ। ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି କହିଛନ୍ତି କ୍ରେମଲିନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଜେଲେନସ୍କି କହିଛନ୍ତି ଅନ୍ୟ ଉପରେ ଆକ୍ରମଣ କରିବା ଅପେକ୍ଷା ସେ ନିଜ ଦେଶର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଅନ୍ତି।

Tags: #Russia #Ukrain #VladimirPutin #DroneAttack

Comment