ଓଡ଼ିଶାଲାଇଭ୍ ବ୍ୟୁରୋ

 

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଲାଗି ନିଜ ଜନ୍ମମାଟି ପାଦ ରଖିଛନ୍ତି ଦ୍ରୌପଦୀ ମୁର୍ମୁ। ଗୁରୁବାର ଦିନ ଦ୍ରୌପଦୀ ମୁର୍ମୁ ସ୍ଵତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ହେଲିପ୍ୟାଡରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ସ୍ଵାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ଆୟୋଜନ ହୋଇଥିଲା ବିରାଟ ପଟୁଆର।

ବାଦାମପାହାଡରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଶାଶୂଘର ଗାଁ ପାହାଡ଼ପୁର ଗସ୍ତ କରି ସେଠାରେ ନିଜ ସ୍ଵର୍ଗତ ସ୍ଵାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।।

ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଲାଗି ନିଜ ଜନ୍ମମାଟିକୁ ଫେରୁଥିବାରୁ ସମଗ୍ର ଜିଲ୍ଲାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ବଦଳି ଯାଇଛି ଗାଁ ଗଣ୍ଡାର ରୂପରେଖ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନାବାର୍ଡ ଦ୍ୱାରା ନିର୍ମାଣ କରାଯାଉଥିବା ଏସଏଲଏସ ଟ୍ରଷ୍ଟ ସ୍କୁଲ କମ୍ୟୁନିଟି ସେଣ୍ଟରର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସ୍କୁଲ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ  ସହ ଭାବ ବିନିମୟ କରିବା ପରେ ଅପରାହ୍ଣ ୧୨ଟା ୩୦ରେ ସେ ପାହାଡ଼ପୁରରୁ ବାହାରି ହାଟବଦ୍ରା ସ୍ଥିତ ବ୍ରହ୍ମକୁମାରୀ କେନ୍ଦ୍ରରେ ପହଞ୍ଚିବେ। ସେଠାରେ ସେ ନିଶାମୁକ୍ତି ଓଡ଼ିଶା କ୍ୟାମ୍ପେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

Tags: #PresidentOfIndia #DroupadiMurmu #Mayurbhanj

Comment