ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା। ପ୍ରଚାରରେ ଲାଗିପଡ଼ିଛନ୍ତି ଷ୍ଟାର କାମ୍ପେନର। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ ତିଓ୍ଵାରୀ।

ଦଳୀୟ ପ୍ରାର୍ଥୀ ଟଙ୍କଧରଙ୍କ ପାଇଁ ଝାରସୁଗୁଡ଼ାରେ ପହଞ୍ଚି ରୋଡ ସୋ’ କରି ଭୋଟ ମାଗିଛନ୍ତି ମନୋଜ ମନୋଜ ତିଓ୍ଵାରୀ।

ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ, ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କ ସହ ହଜାର ହଜାର ସଂଖ୍ୟାରେ କର୍ମକର୍ତ୍ତା।

ଶୋଭାଯାତ୍ରା ବିଟିଏମ ଛକସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ବାଇପାସ୍ ଦେଇ ସିରିଆ ବଗିଚା, ମାଲିପଡ଼ା, ଢିପୁପଡ଼ା, ଚୌକିପଡ଼ା, ତେଲିଭଡ଼ା, ତେଲିଭଟା, କର୍ବିସ୍ଥାନପଡ଼ା ହୋଇ ଧର୍ମାଢିପାଠାରେ ପହଞ୍ଚିଥିଲା। ବିଭିନ୍ନ ସ୍ଥାନରେ ମନୋଜଙ୍କୁ ସ୍ଵାଗତ କରାଯାଇଥିଲା।

Tags: #Politics #JharsugudaAssemblyByelection #Campaign #BhojpuriActorManojTiwari #BJPCandidateTankadharTripathy

Comment