ଓଡ଼ିଶାଲାଇଭ୍ ବ୍ୟୁରୋ

ଏନସିପିର କୋର କମିଟି ଶରଦ ପାଓ୍ଵାରଙ୍କ ଇସ୍ତଫାକୁ ନାମଞ୍ଜୁର କରିଦେଇଛି। ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ନେଇ ପାଓ୍ଵାରଙ୍କ ଘୋଷଣା ପରେ ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ବଦଳି ଯାଇଥିଲା। ପାଓ୍ଵାରଙ୍କ ଇସ୍ତଫାକୁ ନେଇ ଶୁକ୍ରବାର ଦିନ ମୁମ୍ବାଇଠାରେ ଏନସିପିର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା।

ବୈଠକ ବେଳେ ଦଳୀୟ ସମର୍ଥକମାନେ ନାରାବାଜି କରିବା ସହ ଇସ୍ତଫା ଫେରାଇ ନେବାକୁ ପାଓ୍ଵାରଙ୍କୁ ଅନୁରୋଧ କରିଥିଲେ। ଦଳୀୟ ନେତା ଏବଂ ସମର୍ଥକ କେହି ବି ଚାହୁଁନାହାନ୍ତି ପାଓ୍ଵାର ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ। ଏପରିକି ବୈଠକ ସମୟରେ ଏନସିପି କାର୍ଯ୍ୟାଳୟ ବାହାରେ ଜଣେ କର୍ମକର୍ତ୍ତା ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନସିପିର କୋର କମିଟି ନିଜ ନିଷ୍ପତ୍ତି ଶୁଣାଇଥିବାବେଳେ ଶରଦ ପାଓ୍ଵାରଙ୍କ ନିଷ୍ପତ୍ତି କ’ଣ ହେବ ତା’ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Tags: #Politics #MaharastraPolitics #NCP #SaradPawar #NCPCoreCommittee

Comment