ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଯୋଗୁଁ ବିମାନଟି ନିକଟସ୍ଥ ଗ୍ରାମରେ ଖସିପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ସକାଳେ ଏହି ବିମାନଟି ଅଭ୍ୟାସ ପାଇଁ ସୁରତଗଡ଼ ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲା ।

ମିଗ୍-୨୧ ଯୁଦ୍ଧ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବିମାନଟି ଭାରସାମ୍ୟ ହରାଇ ଭୋଲଲନଗରର ଏକ ଘର ଉପରେ ଖସିପଡ଼ିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି।।

ଅନ୍ୟପଟେ ଦୁର୍ଘଟଣା ସମୟରେ ବିମାନରେ ଥିବା ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରିଯାଇଥିଲେ। ଦୁର୍ଘଟଣାର ଯାଞ୍ଚ ପାଇଁ ବାୟୁସେନା ପକ୍ଷରୁ ଏକ ତଦନ୍ତ ଟିମ୍ ଗଠନ କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି।

Tags: #IndianAirforce #Mig-21 #Crash #Rajasthan

Comment