ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୨ଟା ୩୦ରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟଛନ୍ତି ନୀତିଶ କୁମାର। ନବୀନ ନିବାସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା।

ନୀତିଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜନୈତିକ ଆଲୋଚନା କରିବା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ନୀତିଶ କୁମାର ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଜବାଦୀ ପାର୍ଟି ମୁଖ୍ୟଙ୍କ ସମେତ ବରିଷ୍ଠ ବାମପନ୍ଥୀ ନେତାଙ୍କୁ ଭେଟିଥିଲେ।

ନବୀନଙ୍କ ସହ ନୀତିଶଙ୍କର ସମ୍ପର୍କ ବହୁ ପୁରୁଣା ହୋଇଥିବାରୁ ଏହା ପୂର୍ବରୁ ସେ ଏକାଧିକ ଥର ନବୀନ ନିବାସ ଆସିଛନ୍ତି। କିନ୍ତୁ ଆଜିର ଗସ୍ତ ଟିକିଏ ଭିନ୍ନ ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #CMOdisha #CMBihar #NitishKumar #NaveenPatnaik

Comment