ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଶୃଙ୍ଖଳାର ସହ ଚାଲିଛି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଦିନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୋଟ ୨୫୩ଟି ବୁଥରେ ଉପନିର୍ବାଚନ ଲାଗି ଚାଲିଛି ମତଦାନ। ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା।

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ଆଜି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତ ହୋଇଛନ୍ତି ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର।

ସମ୍ବେଦନଶୀଳ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହିଳା ଭୋଟରଙ୍କ ପାଇଁ ୨୬ଟି ପିଙ୍କବୁଥ କରାଯାଇଥିବାବେଳେ ୪୦ଟି ମଡେଲ ବୁଥ ବ୍ୟବସ୍ଥା କରାଯାଇଛି। ପ୍ରଥମଥର ଲାଗି ସମସ୍ତ ବୁଥରେ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛି।

Tags: #Politics #OdishaPolitics #JharsugudaByElection #ElectionCampaign #Voting

Comment