ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’। ଗୁରୁବାର ମଧ୍ୟରାତି ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେଇ ଆସନ୍ତା ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଅତିଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ‘ମୋକା’।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ସୃଷ୍ଟି ହେଲା #ବାତ୍ୟା “#ମୋକା”
ବାତ୍ୟା ର ଏହି ନାମକରଣ “ୟେମେନ” ଦ୍ୱାରା କରାଯାଇଛିଏହା ଆଜି, ୧୧ ମଇ ୨୦୨୩ , ମଧ୍ୟ-ରାତ୍ର ସୁଦ୍ଧା #ଭୀଷଣବାତ୍ୟା ଏବଂ ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ଏକ #ଅତିଭୀଷଣ ବାତ୍ୟା ର ରୂପ ନେବା ସମ୍ଭାବନା #Mocha #CycloneMocha pic.twitter.com/XxvUW1fVCK
— Meteorological Centre, Bhubaneswar (@mcbbsr) May 11, 2023
ଆସନ୍ତା ୧୪ ତାରିଖ ସକାଳ ସୁଦ୍ଧା ବାତ୍ୟା ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ। ବାତ୍ୟା ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୩୦ କିଲୋମିଟର ବହିବାର ସମ୍ଭାବନା ରହିଛି।
ଉପକୂଳ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ବାଂଲାଦେଶ-ମିଆଁମାର ମୁହାଁ ହେଉଥିବାରୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନଙ୍କୁ ଫେରିଆସିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
Tags: #Cyclone #Mocha #WeatherUpdate #WestBengal #LowPressure #RainFall #IMD

















