ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉପରେ ଗୁରୁବାର ଦିନ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଅଧିକାରୀମାନଙ୍କ ନିଯୁକ୍ତି ଏବଂ ବଦଳି କ୍ଷମତା ଦିଲ୍ଲୀ ସରକାରଙ୍କ ହାତରେ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କେନ୍ଦ୍ର ସରକାର ୨୦୨୧ ମସିହାରେ ଗଭର୍ଣ୍ଣମେଣ୍ଟ ଅଫ୍ ଏନସିଟି ଅଫ ଦିଲ୍ଲୀ ଆକ୍ଟ (ଜିଏନସିଟିଡି ଆକ୍ଟ)ରେ ସଂଶୋଧନ କରିଥିଲେ। ଏଥିରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଧିକ ଅଧିକାର ଦିଆଯାଇଥିଲା। ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଆମ ଆଦମୀ ପାର୍ଟି। ଆଜି ଏହି ଆବେଦନ ଉପରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଗତ ଜାନୁଆରି ୧୮ ତାରିଖରେ ଏହି ମାମଲାର ଶୁଣାଣି ହୋଇ ରାୟ ସଂରକ୍ଷିତ ରହିଥିଲା।

କ’ଣ କହିଛନ୍ତି ସୁପ୍ରିମକୋର୍ଟ?

ଅଧିକାରମାନଙ୍କ ନିଯୁକ୍ତି ଏବଂ ବଦଳିର ଅଧିକାର ଦିଲ୍ଲୀ ସରକାରଙ୍କ ହାତରେ ରହିବ। ନିର୍ବାଚିତ ସରକାରଙ୍କ ନିକଟରେ ପ୍ରଶାସନିକ ସେବା ରହିବା ଆବଶ୍ୟକ। ଯଦି ନିର୍ବାଚିତ ସରକାରଙ୍କ ପାଖରେ ପ୍ରଶାସନିକ ବ୍ୟବସ୍ଥା ଅଧିକାର ରହିବ ନାହିଁ ତେବେ ସରକାର ଏବଂ ପ୍ରଶାସିକ ବ୍ୟବସ୍ଥାରେ ସନ୍ତୁଳନ ବିଗିଡ଼ିବାର ସମ୍ଭାବନା ରହିଛି। ଉପରାଜ୍ୟପାଳଙ୍କୁ ସରକାରଙ୍କ ପରାମର୍ଶ ମାନିବାକୁ ପଡ଼ିବ। ପୋଲିସ, ପବ୍ଲିକ ଅର୍ଡର ଏବଂ ଭୂମି ଅଧିକାର କେନ୍ଦ୍ର ସରକାରଙ୍କର ନିକଟରେ ରହିବ ବୋଲି କୋର୍ଟ କହିଛନ୍ତି।

Tags: #Politics #DelhiPolitics #SupremeCourtVerdict #DelhiGovt

Comment