ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ବାଚସ୍ପତି ପଦବୀରୁ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି।

“ଦଳ ପକ୍ଷରୁ ଯେବେ ଯେଉଁ ଦାୟିତ୍ଵ ଦିଆଯାଇଛି ତାକୁ ନିଷ୍ଠାର ସହ ତୁଲାଇଛି, ଆଗକୁ ଯେଉଁ ଦାୟିତ୍ଵ ଦିଆଯିବ ତାକୁ  ନିଷ୍ଠା ଏବଂ ଧୈର୍ଯ୍ୟର ସହ ତୁଲାଇବି”, କହିଛନ୍ତି ବିକ୍ରମ କେଶରୀ ଆରୁଖ।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି।

ଅସୁସ୍ଥତା କାରଣରୁ ଗତ ୨୦୨୨ ଜୁନ ୪ ତାରିଖରେ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ ସୂର୍ଯ୍ୟନାରାୟଣ ପାତ୍ର। ଏହା ପରେ ୨୦୨୨ ଜୁନ ୧୩ ତାରିଖରେ ଏକ ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ।

Tags: #Politics #OdishaPolitics #Election #Speaker#Resigns #BikramKeshariArukh

Comment