ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ବାଚସ୍ପତି ପଦବୀରୁ ବିକ୍ରମ କେଶରୀ ଆରୁଖଙ୍କ ପରେ ଇସ୍ତଫା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ। ଶୁକ୍ରବାର ଦିନ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି ଶ୍ରୀକାନ୍ତ କୁମାର ସାହୁ।

ଶ୍ରମ ମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ ୨୦୨୨ ମସିହା ଜୁନ ୫ ତାରିଖରେ ନବୀନ ନୂଆ ମନ୍ତ୍ରୀମଣ୍ଡଳରେ ଶ୍ରମ ଓ ଇଏସଆଇ ବିଭାଗ ମନ୍ତ୍ରୀ ଭାବେ ଶ୍ରୀକାନ୍ତ ସାହୁଙ୍କୁ ନିଯୁକ୍ତି ମିଳିଥିଲା।

ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାବେଳେ ଆଜି ତାଙ୍କ ମନ୍ତ୍ରୀମଣ୍ଡଳର ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବା ନେଇ ଆରମ୍ଭ ହୋଇଛି ରାଜନୈତିକ ସମୀକ୍ଷା। ବାଚସ୍ପତି ଏବଂ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Tags: #Politics #OdishaPolitics #SrikantKumarSahuResigns #LabourMinister

Comment